କନକବ୍ୟୁରୋ : ମଝି ଆକାଶରେ ହେଲିକପ୍ଟର କ୍ରାସ୍, ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଲା ହେଲିକପ୍ଟର ।  ମୃତକଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଭିତରେ  ଚାଲିଛି ଉଦ୍ଧାର କାର୍ଯ୍ୟ ।

Advertisment

ସୂଚନା ଅନୁଯାୟୀ ,ଏହି ଦୁର୍ଘଟଣାରେ ହେଲିକପ୍ଟରରେ  ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଛି  । ହେଲିକପ୍ଟରରେ  ପାଇଲଟଙ୍କ ସହ ସ୍ପେନର ଏକ ପରିବାର ଥିଲେ ବୋଲି ସୂଚନା ରହିଛି  ।  ଆହତ ଅବସ୍ଥାରେ ଦୁଇ ଯାତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଛଅ ଜଣ ଯାତ୍ରୀଙ୍କୁ  ଉଦ୍ଧାର କରାଯାଇଛି  । ଏଥିସହ ଏହି ଘଟଣା ପରେ ମେୟର ଏରିକ୍ ଆଡାମ୍ସ କହିଛନ୍ତି  ଏଭଳି ଏଭଳି ଘଟଣା ହୃଦୟ ବିଦାରକ   ।  ଏଥିସହ ସୋସିଆଲ ମିଡିଆରେ ବିମାନ ଭାଙ୍ଗିବା ଏବଂ ହେଲିକପ୍ଟରଟି ଜଳପଥରେ ଖସିପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି ।