କନକ ବ୍ୟୁରୋ : ସରିଲା ଡିଲ୍ ବଢ଼ିଲା ବିପଦ । ଆମେ କହୁଛୁ ଆମେରିକା ଋଷ ପରମାଣୁ ଡିଲ୍ କଥା । ଏହି ଡିଲ୍ ସରିବା ପରେ ସାରା ଦୁନିଆକୁ ଏବେ ଘାରିଲାଣି ନ୍ୟୁକ୍ଲିୟର ହତିଆର ଡର ।
ଦୁନିଆକୁ ଏବେ ଖତରନାକ୍ ମୋଡ଼ରେ । ଆମେରିକା ଓ ଋଷ ମଧ୍ୟରେ ହୋଇଥିବା ଶେଷ ପରମାଣୁ ସନ୍ଧି ’New START ଶେଷ ହେବା ହୋଇଛି । ଯଦି ଶେଷ ସମୟରେ ବି ଦୁଇ ମହାଦେଶ ମଧ୍ୟରେ ପୁଣି ଏକ ଚୁକ୍ତି ନହୁଏ ଦୁନିଆରେ କେତେବେଳେ କେଉଁଠି ପରମାଣୁ ଆକ୍ରମଣ ହେବ କହିହେବନି । ୫୦ ବର୍ଷ ପରେ ଏମିତି ସମୟ ଆସିଛି ଯେବେ ୫୬୦ ବର୍ଷ ପରେ ଦନିଆକୁ ପରମାଣୁ ଭୟ ଘାରିଛି ।
୨୦୧୦ରେ ଚେକ୍ ଗଣରାଜ୍ୟର ରାଜଧାନୀ ପ୍ରାଗରେ ସ୍ୱାକ୍ଷରିତ ହୋଇଥିବା New START ଚୁକ୍ତିନାମା ଆମେରିକା ଓ ଋଷର ପରମାଣୁ ଅସ୍ତ୍ର, ବିଶେଷ କରି ନିୟୋଜିତ ପରମାଣୁ ଯୁଦ୍ଧାସ୍ତ୍ର ଓ କ୍ଷେପଣାସ୍ତ୍ର ଉପରେ ସୀମା ଧାର୍ଯ୍ୟ କରାଗଲା । ହତିଆର ନିୟନ୍ତ୍ରଣ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏ ସନ୍ଧି ବୁଧବାର ରାତି ୧୧ଟାରେ ଶେଷ ହୋଇଛି ।୧୯୬୨ ମସିହା କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ପରଠାରୁ ବିଶ୍ୱ ପରମାଣୁ ଯୁଦ୍ଧର ବିପଦକୁ ଟାଳିବାକୁ ଏକାଧିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତି ହୋଇଛି । ଏହି ସମୟଠାରୁ ବିଶ୍ୱକୁ ସବୁଠାରୁ ଅଧିକ ବିପଜ୍ଜନକ ସମୟ ବୋଲି କୁହାଯାଉଥିଲା । ସେହି ସମୟରେ New Start ପରମାଣୁ ଭୟକୁ ଦୂରେଇଥିଲା ।
ସେ ସମୟରେ ପୋପ୍ ଲିୟୋ ନିଜେ ଆମେରିକା ଓ ଋଷକୁ ଅପିଲ କରିଥିଲେ । ଡର, ଅବିଶ୍ୱାସ ଓ ରାଜନୀତିଠାରୁ ଦୂରରେ ରହି ଆମେରିକା ଓ ଋଷ ଭିତରେ ପରମାଣୁ ସନ୍ଧିକୁ ବଢ଼ାଇବାକୁ ଅପିଲ କରିଥିଲେ । ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଚୁକ୍ତି ବିଷୟରେ ଇଙ୍ଗିତ ଦେଉଛନ୍ତି । ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କଠାରୁ କୌଣସି ସିଗନାଲ ମିଳିନାହିଁ । ବିଶେଷଜ୍ଞଙ୍କ କହିବା କଥା,ଏ ଚୁକ୍ତିର ଅନ୍ତ କେବଳ ପରମାଣୁ ଅସ୍ତ୍ରଶସ୍ତ୍ର ଉପରୁ କଟକଣା ହଟାଇବ ତା ନୁହେଁ ବରଂ ସ୍ବଚ୍ଛତା, ବିଶ୍ବାସ, ତଦାରଖର ପୂରା ବ୍ୟବସ୍ଥାକୁ ଦୁର୍ବଳ କରିଦେବ । ଫଳରେ ଏକଥା ଆଉ ଜଣାପଡ଼ିବନି ଯେ କେଉଁ ଦେଶ କେତେ ପରମାଣୁ ହତିଆର କରୁଛି, କାହା ପାଖରେ କେତେ ହତିଆର ଅଛି ।
ଗଣମାଧ୍ୟମ ରିପୋର୍ଟ- ଅନୁସାରେ, ୧୯୮୬ରେ ଦୁନିଆରେ ୭୦ ହଜାରରୁ ଅଧିକ ପରମାଣୁ ୱାରହେଡ୍ସ ଥିଲା, ୨୦୨୫ରେ ଏହା ହ୍ରାସ ପାଇ ୧୨ ହଜାରକୁ ଖସିଲା । ଏହା ସତ୍ତ୍ୱେ ଆମେରିକା ଓ ଋଷ ନିଜ ନିଜ ହତିଆରକୁ ଆଧୁନିକ ରୂପ ଦେଉଛନ୍ତି । ଚୀନ ବି ପଛରେ ନାହିଁ । ଦଶକରେ ନିଜର ପରମାଣୁ ହତିଆରକୁ ଦୁଇଗୁଣା ବଢ଼ାଇଛି ।
ଏସବୁକୁ ଦେଖିଲେ, ସ୍ପଷ୍ଟ ହେଉଛି, New Start ଚୁକ୍ତିର ଶେଷ କେବଳ ଆମେରିକା, ଋଷର ମାମଲା ନୁହେଁ ବରଂ ସାରା ବିଶ୍ୱରେ ପରମାଣୁ ହତିଆରର ରେସକୁ ବଢ଼ାଇଦେବ,ଯାହାର ପରିଣାମ ସାରା ଦୁନିଆ ଭୋଗିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/05/us-and-russia-2026-02-05-19-52-01.jpg)