କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସରଳୀକରଣ ଏବଂ ସ୍ୱଚ୍ଛ କରାଯାଇଛି । ମତଦାତାଙ୍କୁ ଦୃଷ୍ଟିରେ ରଖି ଏଣିକି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମବାଲାଟ୍ ପେପରରେ ପ୍ରାର୍ଥୀଙ୍କର ରଙ୍ଗୀନ ଫଟୋ ଲଗାଯିବ । ଏ ନେଇ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି । ପୂର୍ବରୁ ବାଲାଟ୍ ପେପରରେ ପ୍ରାର୍ଥୀଙ୍କର କଳାଧଳା ଫଟୋ ରହୁଥିଲା । ଏହି ନିୟମ ଭୋଟରଙ୍କୁ ପ୍ରାର୍ଥୀଙ୍କୁ ସହଜରେ ଚିହ୍ନିବାରେ ସାହାଯ୍ୟ କରିବ ବୋଲି ଇସିଆଇ କହିଛି ।
ଏହା ବ୍ୟତୀତ, ନିର୍ବାଚନ ସମୟରେ ଭୁଲ ବା ଦ୍ୱନ୍ଦ୍ୱ ଏଡ଼ାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକ ମୁତାବକ, ବିହାର ନିର୍ବାଚନରେ ଏହି ନୂତନ ନିୟମ ଲାଗୁ କରାଯିବ । ପରବର୍ତ୍ତୀ ସମୟରେ ସମଗ୍ର ଭାରତରେ ଅନ୍ୟ ରାଜ୍ୟର ନିର୍ବାଚନବେଳେ ନିୟମ ଲାଗୁ କରାଯିବ । ଏହାଦ୍ୱାରା ପ୍ରାର୍ଥୀଙ୍କୁ ଚିହ୍ନିବା ପାଇଁ ମତାଦାତାଙ୍କ ପାଇଁ ସହଜ ହେବ । ନିର୍ବାଚନ ପ୍ରକ୍ରିୟାକୁ ଅଧିକ ଗଣତାନ୍ତ୍ରିକ, ନିରପେକ୍ଷ ଏବଂ ସରଳ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/17/new-election-rule-2025-09-17-21-15-10.jpg)