କନକ ବ୍ୟୁରୋ : ଯୁଦ୍ଧ ପରିସ୍ଥିତି ଭିତରେ ନିଜ ମନ୍ତ୍ରାଳୟର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିଦା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ମଙ୍ଗଳବାର ନିଜ ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ କରିଛନ୍ତି । ୟୋବଙ୍କୁ ବାହାର କରିବା ପଛରେ ବିଶ୍ୱାସର ସଂକଟ ଥିଲା ବୋଲି ନେତାନ୍ୟାହୁ ଯୁକ୍ତି ବାଢ଼ିଛନ୍ତି । ହମାସ ଓ ହିଜବୁଲ୍ଲା ବିରୋଧରେ ଯୁଦ୍ଧ ରଣନୀତିକୁ ନେଇ ୟୋବ୍‌ଙ୍କୁ ବିଶ୍ୱାସର ସହ ନେଇ ପାରୁନଥିଲେ ନେତାନ୍ୟାହୁ ।

Advertisment

ଗାଜା ଓ ଲେବାନନ୍ ଯୁଦ୍ଧକୁ ନେଇ ଅନେକ ସମୟରେ ବେଞ୍ଜାମିନ୍ ଓ ନେତାନ୍ୟାହୁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା । ଅନେକ ସମୟରେ ମତଭେଦ ରହୁଥିଲା । ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ପୂର୍ଣ୍ଣ ସହମତିର ଆବଶ୍ୟକତା ପଡୁଥିଲା । ହେଲେ ଗାଜା ଉପରେ ଆକ୍ରମଣ ଓ ଲେବାନନରେ ସ୍ଥଳ ଅଭିଯାନକୁ ୟୋବ୍ ସମର୍ଥନ କରୁନଥିଲେ ।

ଫଳରେ ଦୁହିଁଙ୍କ ଭିତରେ ମତଭେଦ ସୃଷ୍ଟି ହୋଇଥିଲା । ଏହି କାରଣରୁ ୟୋବ୍‌ଙ୍କ ମନ୍ତ୍ରୀପଦ କାଢ଼ି ନେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ତେବେ ପଦରୁ ବିଦା ହେବା ପରେ ୟୋବ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତାଙ୍କ ଭିତରେ ବିଶ୍ୱାସ ଭାଙ୍ଗିବାର ଇଏ ପରିଣାମ ଓ ଶତ୍ରୁ ପକ୍ଷର ଏହା ପୂରା ଲାଭ ଉଠାଇବେ ବୋଲି କହିଛନ୍ତି ।

କାହିଁକି ରଣନୀତି ବଦଳାଉଛି ଇସ୍ରାଏଲ?
ଯୁଦ୍ଧ ଭିତରେ ରଣନୀତି ବଦଳାଇଛି ଇସ୍ରାଏଲ
ରାତାରାତି ପ୍ରତିରକ୍ଷାମନ୍ତ୍ରୀଙ୍କୁ ବିଦା କଲେ ନେତାନ୍ୟାହୁ
ବିଶ୍ୱାସର ଅଭାବ ପାଇଁ ପଦକ୍ଷେପ ଗ୍ରହଣ ସୂଚନା
ଗାଜା ଯୁଦ୍ଧ ପାଇଁ ଉଭୟଙ୍କ ମଧ୍ୟରେ ତିକ୍ତତା ସୂଚନା
ଗତବର୍ଷ ଗାଲାଣ୍ଟକୁ ବହିଷ୍କାର କରାଯାଇଥାନ୍ତା
ସମର୍ଥକଙ୍କୁ ପ୍ରତିବାଦ ପରେ ନିଷ୍ପତ୍ତିରୁ ଓହରିଥିଲେ ନେତାନ୍ୟାହୁ

ରାତାରାତି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବଦଳାଇବା ପରେ ଇସ୍ରାଏଲର ନୂଆ ପ୍ରତିରକ୍ଷାମନ୍ତ୍ରୀଭାବେ ଦାୟିତ୍ୱ ସମ୍ଭାଳିବେ ବିଦେଶ ମନ୍ତ୍ରୀ ଇସ୍ରାଏଲ କାଟଜ । କିଏ ଏହି କାଟଜ ? କାହିଁକି ବିଦେଶ ମନ୍ତ୍ରୀଙ୍କ ଉପରେ ଭରସା କଲେ ନେତାନ୍ୟାହୁ ଆସନ୍ତୁ ଜାଣିବା..  

ଇସ୍ରାଏଲର ନୂଆ ପ୍ରତିରକ୍ଷା ମନ୍ତ୍ରୀ
୧୯୯୫ରେ ଇସ୍ରାଏଲର ଅକ୍ସଲୋନରେ ଜନ୍ମ
୧୯୭୩ରେ ଇସ୍ରାଏଲ ସେନାରେ ସାମିଲ
ଦୀଘବର୍ଷ ପରେ ୨୦୧୯ରେ ଇସ୍ରାଏଲର ବିଦେଶ ମନ୍ତ୍ରୀ ପଦ ସମ୍ଭାଳିଲେ
ନେତାନ୍ୟାହୁଙ୍କ ଜଣେ ବିଶ୍ୱସ୍ତ କାଟ୍
ସେନା,ବିଦେଶ, ନ୍ୟାୟ ମନ୍ତ୍ରାଳୟରେ ଅଭିଜ୍ଞତା
ବର୍ତ୍ତମାନ ପ୍ରତିରକ୍ଷା ଦାୟିତ୍ୱ ସମ୍ଭାଳିବେ