କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଛି । ୭ଟି ଜିଲ୍ଲାର ୨୪ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଛି । ମୋଟ ୫୮.୮୫% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ୧୦ ବର୍ଷ ପରେ ଜମ୍ମୁ ଓ କଶ୍ମୀରରେ ଭୋଟିଂ ହୋଇଛି । ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଛି । ଏହାରି ଭିତରେ ଦ୍ବିତିୟ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । ଜାମ୍ମୁ କାଶ୍ମୀରରକୁ ତିନି ପରିବାର ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛନ୍ତି । ନିଜ ନିଜର ରାଜନୈତିକ ଏଜେଣ୍ଡା ଚଳାଇବାକୁ ଚାହୁଁଛନ୍ତି । ଜାମ୍ମୁ କାଶ୍ମୀରରୁ ନିଜ ହାତ ମୁଠାରେ ରଖିବାକୁ ଚାହୁଛନ୍ତି । କିନ୍ତୁ ଜାମ୍ମୁକାଶ୍ମୀରବାସୀ ଏହା ବୁଝିପାରଛନ୍ତି । ଧାର ୩୭୦ ହଟିବାକୁ ନେଇ ବିରୋଧୀ ଖୁସି ନଥିବା କହିଛନ୍ତି ମୋଦୀ । ଯାହାର ଯବାବ ରଖିଛନ୍ତି ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା । ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନର ବୟାନ ଉପରେ ପ୍ରତିକ୍ରିୟା ରଖି ଫାରୁକ କହିଛନ୍ତି, ସେ ପାକିସ୍ତାନୀ ନୁହଁନ୍ତି ହେଲେ ଫଳାଫଳ ପାଇଁ ଅକ୍ଟୋବର ୮ ତାରିଖ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ।