କନକ ବ୍ୟୁରୋ: ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦ ଉପରେ ଦେଇଥିବା ବୟାନକୁ ନେଇ ଅଡୁଆରେ ପଡିଯାଇଛନ୍ତି ତେଲେଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା। ସୁରେଖାଙ୍କ ବୟାନ ପରେ ତେଜିଥିବା ବିବାଦ ଥମିବା ନାଁ ଧରୁନି। ନାଗାର୍ଜୁନଙ୍କ ସମେତ ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଦୃଢ ନିନ୍ଦା କରିବା ସହ କଡା ସମୋଲୋଚନା କରିଛନ୍ତି। ଏଥିସହ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଆଗ ଧାଡ଼ିର ଅଭିନେତା ଏବଂ କେନ୍ଦ୍ରମନ୍ତ୍ରୀ  ବି ସୁରେଖାଙ୍କ ବୟାନକୁ ଦୃଢ ଭାବେ ନିନ୍ଦା କରିଛନ୍ତି।

Advertisment

ଚାରିପଟୁ ସମାଲୋଚିତ ହେବା ପରେ ଏବେ ନିଜ ସ୍ୱର ନରମାଇଛନ୍ତି କୋଣ୍ଡା ସୁରେଖା । ସେ ନାଗା ଚୈତନ୍ୟଙ୍କ ପରିବାର ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ନିଜ ବୟାନରୁ ଓହରି ନାହାନ୍ତି। ବଂର କେଟିଆର କ୍ଷମା ପ୍ରାର୍ଥନା କରନ୍ତୁ ଦାବି କରିଛନ୍ତି।

ବିଆରଏସ୍ ନେତା ତଥା କେଟି ରାମା ରାଓଙ୍କୁ ସମାଲୋଚନା କରି ମନ୍ତ୍ରୀ ସୁରେଖା କହିଥିଲେ, କେଟି ରାମା ରାଓଙ୍କ ପାଇଁ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ିଛନ୍ତି ଓ ଶୀଘ୍ର ବାହା ହୋଇପଡ଼ିଛନ୍ତି। କାରଣ କେଟି ରାମା ରାଓ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିଲା। ନାଗା-ସାମନ୍ଥାଙ୍କ ବିବାହ ବିଚ୍ଛେଦ ପଛରେ କେଟିଆରଙ୍କ ୧୦୦% ହାତ ଅଛି।

ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ସେଲିବ୍ରିଟି ଚିରଞ୍ଜୀବ, ଜୁନିୟର ଏନଟିଆର, ଆଲୁ ଅର୍ଜୁନ ପ୍ରମୁଖ ଏହି ଟିପ୍ପଣୀର ଘୋର ନିନ୍ଦନୀୟ ବୋଲି କହିଛନ୍ତି। । ଅଭିନେତା ଅଲ୍ଲୁ ଅର୍ଜନ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା କଡ଼ା ପ୍ରତିକ୍ରିୟା ରଖିଛନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ ଏଭଳି ଅକ୍ଷେପ କରିବା ଗ୍ରହଣୀୟ ନୁହେଁ କହିଛନ୍ତି। 

ସାମନ୍ଥା ନିଜ ଇନଷ୍ଟାମରେ ଲେଖିଛନ୍ତି, ଜଣେ ମହିଳା ହୋଇ ବାହାରକୁ ଘରୁ ଗୋଡ଼ କାଢ଼ି ଆସିବା କାମ କରିବା, ଏକ ଗ୍ଲାମରସ୍‌ ଇଣ୍ଡଷ୍ଟ୍ରୀରେ ତିଷ୍ଠି ରହିବା ଚ୍ୟାଲେଞ୍ଜଠୁ କିଛି କମ୍‌ ନୁହେଁ। ଏହା ମଧ୍ୟରେ କାହା ପ୍ରେମରେ ପଡ଼ିବା, ପୁଣି ସେହି ପ୍ରେମରୁ ବାହାରକୁ ଆସି ନିଜ ପ୍ରଫେସନାଲ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ବହୁ ସାହସ ଦରକାର।