ମମତାଙ୍କ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା; ସୁରକ୍ଷାରେ ନିୟୋଜିତ ୬ହଜାର ପୋଲିସ

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ହୋଇଛି । ପଶ୍ଚିମବଙ୍ଗ ଛାତ୍ର ସମାଜ ନାମକ ଏକ ସଂଗଠନ ମମତାଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିପାଇଁ ଆଜି ପଶ୍ଚିମବଙ୍ଗର ସଚିବାଳୟ ତଥା ନବାନ୍ନ ଘେରାଉ କରୁଛନ୍ତି । ଆଉ ମମତାଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୬ ହଜାର ପୋଲିସ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ହୋଇଛି । ପଶ୍ଚିମବଙ୍ଗ ଛାତ୍ର ସମାଜ ନାମକ ଏକ ସଂଗଠନ ମମତାଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିପାଇଁ ଆଜି ପଶ୍ଚିମବଙ୍ଗର ସଚିବାଳୟ ତଥା ନବାନ୍ନ ଘେରାଉ କରୁଛନ୍ତି । ଆଉ ମମତାଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୬ ହଜାର ପୋଲିସ ।

Mamata Banerjee

କନକ ବ୍ୟୁରୋ : ଅଭୟା ମୃତ୍ୟୁ ମାମଲାରେ ତେଜିଛି ରାଜନୀତି ସିବିଆଇ ମାମଲାର ତଦନ୍ତ କରୁଛି ଇଡି ମଧ୍ୟ ତଦନ୍ତ କରିବା ନେଇ ସୂଚନା ମିଳିଛି ଯେହେତୁ ଆର.ଜି ମେଡିକାଲ କଲେଜରେ ଆର୍ଥିକ ଅନିୟମିତତା ଅଭିଯୋଗ ରହିଛି ଅଭିଯୁକ୍ତ ସନ୍ଦୀପ ଘୋଷ କଲେଜର ପ୍ରିନସିପାଲ ଥିବା ବେଳେ ଅନିୟମିତତାର ଅଭିଯୋଗ ରହିଛି ତେଣୁ ସିବିଆଇ ପରେ ଇଡି ଏହି ମାମଲାରେ ତଦନ୍ତ କରିବାକୁ ଯାଉଛି

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ହୋଇଛି ପଶ୍ଚିମବଙ୍ଗ ଛାତ୍ର ସମାଜ ନାମକ ଏକ ସଂଗଠନ ମମତାଙ୍କ ଇସ୍ତଫା ଦାବି କରିଛନ୍ତି ଏଥିପାଇଁ ଆଜି ପଶ୍ଚିମବଙ୍ଗର ସଚିବାଳୟ ତଥା ନବାନ୍ନ ଘେରାଉ କରୁଛନ୍ତି ଆଉ ମମତାଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ହଜାର ପୋଲିସ

ମମତା ହେଉଛନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ସମେତ ମୁଖ୍ୟମନ୍ତ୍ରୀ ତେଣୁ ମମତା ଏହି ଘଟଣାରେ ଉତ୍ତରଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ବୋଲି ଦାବି ହେଉଛି ତେଣୁ ପଶ୍ଚିମବଙ୍ଗ ଛାତ୍ର ସମାଜ ନବାନ୍ନ ମୁହାଁ ହୋଇଛନ୍ତି ଏବଂ ମମତାଙ୍କ ଇସ୍ତଫା ଦାବିରେ ନାରାବାଜି କରୁଛନ୍ତି ଟ୍ରେନି ମହିଳା ଡାକ୍ତର ଡ୍ୟୁଟିରେ ଥିବା ବେଳେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହେଲେ ଏହାପରେ ସଂପୃକ୍ତ କୋଠା ଉପରେ ହଜାର ହଜାର ଲୋକ ପଶିଗଲେ ଯେଉଁ ସମୟରେ କି ମମତାଙ୍କ ପୋଲିସ ସୁରକ୍ଷାରେ ନିୟୋଜିତ ଥିଲା କୁହାଯାଉଛି ଏହି ଭିଡ ହସ୍ପିଟାଲରେ ପ୍ରବେଶ କରି ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ

ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ କଡ଼ା ଭର୍ତ୍ସନା କରିଛନ୍ତି ମମତା ସରକାରକୁ ଯେଉଁ ହସ୍ପିଟାଲର ସୁରକ୍ଷା ଦାୟିତ୍ୱରେ ପୋଲିସ, ସେଠାରେ ହଜାର ହଜାର ଲୋକ ପଶିଗଲେ ପୋଲିସ କରୁଥିଲା କଣ ଏପରି ପ୍ରଶ୍ନ କରିଥିଲେ ପ୍ରଧାନ ବିଚାରପତି ବଡ଼କଥା ହେଉଛି କେବଳ ଏହି ଗୋଟିଏ ଘଟଣା ନୁହେଁ ଅନେକ ସମୟରେ ପଶ୍ଚିମବଙ୍ଗରେ ଦୁଷ୍କର୍ମ ପରେ ହତ୍ୟା ଘଟୁଛି ଏହା ପଶ୍ଚିମବଙ୍ଗରେ ଯେପରି ଏକ ସ୍ୱାଭାବିକ ଘଟଣା ପାଲଟିଗଲାଣି ଅନେକ ସାଧାରଣ ଲୋକ ଭିଡ଼ ହିଂସାର ମଧ୍ୟ ଶିକାର ହେଉଛନ୍ତି ଯେତେବେଳେ ସାଧାରଣ ଲୋକଟିଏ ସୁରକ୍ଷିତ ନୁହେଁ ଏପରି ସ୍ଥିତିରେ କିନ୍ତୁ ମମତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ହଜାର ପୋଲିସ

-    'ନବନ୍ନା ଅଭିଯାନ' ପଦଯାତ୍ରା ପୂର୍ବରୁ ୪ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି
-    କୋଲକାତା ପୁଲିସ କହିଛି ଯେ ହିଂସା କାଣ୍ଡ ଘଟାଇବାକୁ ଯୋଜନା କରିବା ସହିତ ହତ୍ୟା ଉଦ୍ୟମ କରୁଥିଲେ
-    ଗିରଫ ପୂର୍ବରୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୪ ଛାତ୍ର ନିଖୋଜ ବୋଲି ଦାବି କରିଥିଲେ
-    ରାଜ୍ୟ ସଚିବାଳୟ ନିକଟରେ ୨୦ରୁ ଅଧିକ ସ୍ଥାନରେ ଲୁହା ଓ ଆଲୁମିନିୟମ ବ୍ୟାରିକେଡ୍
-    ବିକ୍ଷୋଭକାରୀ ବ୍ୟାରିକେଡ ଚଢ଼ିବା ଏବଂ ଡେଇଁବା ପୂର୍ବରୁ ପୁଲିସ ବ୍ୟାରିକେଡ୍ ଉପରେ ତେଲ ଲଗାଇଛି
-    ହାୱଡ଼ାରେ ପଶ୍ଚିମବଙ୍ଗ ସଚିବାଳୟକୁ ଯାଉଥିବା ରାସ୍ତାରେ ୬ ହଜାରରୁ ଅଧିକ ପୁଲିସ ମୁତୟନ
-    ହେଭି ରେଡିଓ ଫ୍ଲାଇଂ ସ୍କ୍ୱାଡ, ରାପିଡ୍ ଆକ୍ସନ୍ ଫୋର୍ସ ଏବଂ କ୍ୱିକ୍ ରିଆକ୍ସନ୍ ଟିମ୍ ସମେତ ବିଭିନ୍ନ ଜିଲ୍ଲାରୁ ଅତିରିକ୍ତ ଫୋର୍ସ ଅଣାଯାଇଛି
-    ପଶ୍ଚିମବଙ୍ଗ ପୋଲିସ କହିଛି ଯେ ଏହି ପ୍ରତିବାଦ "ବେଆଇନ"
-    ନବନ୍ନା ଅଭିମୁଖେ ପଦଯାତ୍ରା କରିବାକୁ ଅନୁମତି ନାହିଁ
-    ଏହି ପ୍ରତିବାଦ ଶୋଭାଯାତ୍ରାକୁ ପଶ୍ଚିମବଙ୍ଗ ଛାତ୍ର ସମାଜ ନାମକ ଏକ ଅଣପଞ୍ଜୀକୃତ ଛାତ୍ର ସଂଗଠନ ବୋଲି କୁହାଯାଇଛି
-    ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ନ୍ୟାୟ, ଦୋଷୀକୁ ଫାଶୀ ଦଣ୍ଡ ଏବଂ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି ସଂଗଠନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe