କନକ ବ୍ୟୁରୋ : ନାମାଙ୍କନ ସରିଛି ଆଉ ମାତ୍ର କିଛି ଦିନର ଅପେକ୍ଷା । ନଭେମ୍ବର ୧୩ରେ ପଡିବ ଭୋଟ । ୱାୟନାଡ ଆସନ ପାଇଁ ହେବ ଉପନିର୍ବାଚନ । ଏହା ପୂର୍ବରୁ ୱାୟନାଡକୁ ନିଜ ପରିବାର କହି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

Advertisment

ଚିଠିରେ ପ୍ରିୟଙ୍କା ଲେଖିଛନ୍ତି ମୋ ପ୍ରିୟ ୱାୟନାଡ ଭାଇ ଓ ଭଉଣୀ । ଆପଣ ମୋ ମାର୍ଗଦର୍ଶକ ଓ ଶିକ୍ଷକ । ମୋର ନୂଆ ଯାତ୍ରାରେ ଆପଣଙ୍କ ପରାମର୍ଶ ଓ ଆଶୀର୍ବାଦ ଅତ୍ୟନ୍ତ ଆବଶ୍ୟକ । ଗଣତନ୍ତ୍ର, ନ୍ୟାୟ, ସମ୍ବିଧାନ ମୂଲ୍ୟକୁ ବଞ୍ଚେଇ ରଖିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଲଢ଼େଇ ମୋ ଜୀବନର ଅସଲ ଲକ୍ଷ୍ୟ । ଜନପ୍ରତିନିଧି ଭାବେ ୱାୟନାଡର ସେବା ପାଇଁ ନୂଆ ଯାତ୍ରା ଆରମ୍ଭ କରିଛି । ୱାୟନାଡ ସହ ଭାଇ ରାହୁଲଙ୍କ ଘନିଷ୍ଠ ସର୍ମ୍ପକ ରହିଛି । ଜଣେ ଜନପ୍ରତିନିଧି ଓ ପ୍ରକୃତ ବନ୍ଧୁ ହିସାବରେ ଏହି ସମ୍ପର୍କକୁ ମଜଭୁତ କରି ଆଗକୁ ବଢ଼ିବାକୁ ଆଗ୍ରହୀ । ଆପଣ ସମସ୍ତଙ୍କ ଶୁଭକାମନା ଓ ଆଶୀର୍ବାଦା କାମନା  କରୁଛି । ଚିଠିରେ ଭୁସ୍ଖଳନ ସମୟରେ କଥା ପ୍ରକାଶ କରି ଜିଲ୍ଲାବାସୀଙ୍କୁ ସମବେଦନା ଜଣାଇଛନ୍ତି ପ୍ରିୟଙ୍କା ।

ୱାୟନାଡ ଲୋକସଭା ଆସନରୁ ଉପନିର୍ବାଚନ ଲଢ଼ି ପଲଟିକାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ଭିତରେ ପ୍ରିୟଙ୍କା ଚିଠି ଏବେ ଚର୍ଚ୍ଚା ସାଉଁଟିଛି । ପୂର୍ବରୁ ଯେବେ ରାହୁଲ ଗାନ୍ଧୀ ୱାୟନାଡକୁ ଛାଡି ରାଏବରେଲି ବାଛିଥିଲେ । ସେତେବେଳେ ମଧ୍ୟ ଏକ ଭାବବିହ୍ୱଳପୂର୍ଣ୍ଣ ଚିଠି ଲେଖିଥିଲେ ।ତାପୂର୍ବରୁ ସୋନିଆ ଗାନ୍ଧୀ ରାଏବରେଲି ଛାଡି ରାଜ୍ୟସଭାକୁ ଯିବା ସମୟରେ ମଧ୍ୟ ଚିଠି ଲେଖି ରାଏବରେଲୀବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଯଦି ନଜର ପକାଇବା ପ୍ରିୟଙ୍କା ପ୍ରତ୍ୟେକ ରାଜନୀତିରେ ପ୍ରବେଶ ତେବେ ରାହୁଲ ୱାୟନାଡ ଆସନ ଛାଡିବା ପରେ ପ୍ରିୟଙ୍କା ଏଠାରୁ ଲଢ଼ୁଛନ୍ତି ।

କଂଗ୍ରେସର ପାରମ୍ପରିକ ଆସନ ୱାୟନାଡ । ଉପନିର୍ବାଚନ ପାଇଁ ୨୩ରେ ନାମାଙ୍କନ ଦାଖଲ କରିଛନ୍ତି । ବିଶାଳ ରୋଡ ଶୋ କରି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଥିଲା । ୧୩ରେ ହେବ ଉପନିର୍ବାଚନ । ୨୩ରେ ଫଳାଫଳ ପ୍ରକାଶ ପାଇବ । ୨୦୧୯ରେ ରାହୁଲ ଗାନ୍ଧି ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ି ଜିତିଥିଲେ । ୨୦୨୪ରେ ୱାୟନାଡ ଓ ରାଏବରେଲି ଆସନରେ ଲଢ଼ି ଦୁଇଟି ଯାକ ଆସନ ଜିତିଥିଲେ । ସେ ଦୁଇଟି ଆସନରୁ ବିଜୟ ହୋଇଥିବାରୁ ରାହୁଲ ୱାୟନାଡକୁ ଛାଡି ରାଏବରେଲୀକୁ ବାଛିଥିଲେ । ତେଣୁ ଏବେ ପୁଣି ଖାଲିପଡିଥିବା ଆସନରେ ଉପନିର୍ବାଚନ ହେଉଛି । ସେପଟେ ପ୍ରିୟଙ୍କାଙ୍କୁ ବିଜେପି କ୍ୟାମ୍ପରୁ ଟକ୍କର ଦେବେ ନାଭ୍ୟା ହରିଦାସ ।