କନକ ବ୍ୟୁରୋ: ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି, ମଧ୍ୟରାତ୍ରରୁ ଭାତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍‌ଟି । ୩ ସେପ୍ଟେମ୍ବର, ଜିଏସ୍‌ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ଆଜି ଠାରୁ ସାରାଦେଶରେ ଲାଗୁ ହୋଇଛି । ୧୨% ଓ ୨୮% ଟିକସ ସ୍ଲାବ୍ ସମ୍ପୂର୍ଣ୍ଣ ଉଛେଦ୍ଦ କରାଯାଇଥିବା ବେଳେ ଏଣିକି କେବଳ ୫% ଓ ୧୮% ଜିଏସ୍‌ଟି ରହିଛି। ଅଧିକାଂଶ ସାମଗ୍ରୀର ଦରରେ ବ୍ୟାପକ ହ୍ରାସ ଘଟିଛି । ଯାହାଦ୍ବାରା ଏହାର ଲାଭ ସିଧା ଗ୍ରାହକଙ୍କ ପାଖକୁ ଯିବ । ରାସନ ସାମଗ୍ରୀ ଏବଂ କ୍ଷୀର ଉତ୍ପାଦ ଠାରୁ ଆରମ୍ଭ କରି ଟିଭି, ଏସି, ଏବଂ କାର ଏବଂ ବାଇକ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ପରିବର୍ତ୍ତନ ହୋଇ ପୂର୍ବାପେକ୍ଷା ଆଜିଠାରୁ ଶସ୍ତା ହେବ। ଜିଏସ୍‌ଟିରେ ସଂସ୍କାର ଦରଦାମ୍‌ କମାଇବ । ମଧ୍ୟମ ଆୟବର୍ଗର ଲୋକଙ୍କ ସଞ୍ଚୟକୁ ବଢ଼ାଇବ । ଯୁବବର୍ଗଙ୍କୁ ଲାଭ ଦେବ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର ।

Advertisment

ସେପଟେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୋଲା ଚିଠି । ନବରାତ୍ରି ପାଳନର ପ୍ରଥମ ଦିନରେ ସମସ୍ତଙ୍କୁ ଶୁଭେଚ୍ଛା  ଓ ଅଭିନନ୍ଦନ ଜଣାଇଛନ୍ତି ମୋଦୀ । ନବରାତ୍ରିର ପ୍ରଥମ ଦିନରୁ ନୂଆ ଜିଏସଟି ସ୍ଲାବ୍ ଲାଗୁ ହୋଇଛି । ଏହାକୁ ପ୍ରଧାନମନ୍ତ୍ରୀ ମୋଦୀ ସଞ୍ଚୟର ଉତ୍ସବ କହିଥିବା ବେଳେ ସ୍ୱଦେଶୀ ବ୍ୟବହାରକୁ ଗୁରୁତ୍ବ ଦେଇଛନ୍ତି । ନୂଆ ଜିଏସଟି ବ୍ୟବସ୍ଥାରେ ବହୁ ଜିନିଷର ଦର ହ୍ରାସ ପାଇଥିବାରୁ ଦେଶର ସବୁ ନାଗିରିକଙ୍କ ସଞ୍ଚୟ ବୃଦ୍ଧି ପାଇବ ଓ ସମସ୍ତେ ଲାଭବାନ ହେବେ।  ଚାଷୀ, ମହିଳା, ଯୁବକ, ଗରିବ, ମଧ୍ୟବିତ୍ତ, ବ୍ୟବସାୟୀ ଓ ଲଘୁ ଉଦ୍ୟୋଗୀ ଉପକୃତ ହେବା ସହିତ  ଅଧିକ ଅଭିବୃଦ୍ଧି ଏବଂ ନିବେଶକୁ ପ୍ରୋତ୍ସାହିତ କରିବେ । ପ୍ରତ୍ୟେକ ଅଞ୍ଚଳ, ରାଜ୍ୟ ଏବଂ ଦେଶର ପ୍ରଗତି ତ୍ୱରାନ୍ୱିତ ହେବ ବୋଲି ମୋଦୀ ଲେଖିଛନ୍ତି । ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 
ଆଜିଠୁ  ନୂଆ ଜିଏସଟି 
ମୋଦୀଙ୍କ ଖୋଲାଚିଠି

-ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି
-ନବରାତ୍ର୍ରିର ପ୍ରଥମ ଦିନରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା
-ନବରାତ୍ରି ପାଳନର ପ୍ରଥମ ଦିନରୁ ଲାଗୁ ହୋଇଛି ନୂଆ ଜିଏସଟି
-ବହୁ ସାମଗ୍ରୀର ଦର ହ୍ରାସ ଦ୍ବାରା ସମସ୍ତେ ଲାଭବାନ ହେବେ
-ସମସ୍ତଙ୍କ ସଞ୍ଚୟ ବଢ଼ିବ, ଅଭିବୃଦ୍ଧି ଓ ନିବେଶ ବୃଦ୍ଧି ପାଇବ
-ପ୍ରତ୍ୟେକ ଅଞ୍ଚଳ, ରାଜ୍ୟ ଏବଂ ଦେଶର ପ୍ରଗତି ତ୍ୱରାନ୍ୱିତ ହେବ