କନକ ବ୍ୟୁରୋ : ଏସ୍ସିଓ ସମ୍ମିଳନୀରେ ଯେଉଁଠି ପାକିସ୍ତାନ ଏକୁଟିଆ ପଡିଥିବା ଘଟଣା ଚର୍ଚ୍ଚ ସାଉଁଟିଥିଲା ସେଠି ଆଉ ଏକ ଘଟଣା ଆଶ୍ଚର୍ଯ୍ୟ କରିଛି । ତିଆଜିନରେ ଆୟୋଜିତ ଏହି ସମ୍ମିଳନୀରେ ପହଞ୍ଚିଛନ୍ତି ପାକିସ୍ତାନର ଫିଲ୍ଡ ମାର୍ଶଲ ଆସିମ ମୁନିର । ସବୁଠୁ ବଡ଼ କଥା ହେଉଛି ଚୀନର ବିଜୟ ଦିବସ ପରେଡ୍ରେ ସେ ସାମିଲ ହେବେ । ଗୋଟେପଟେ ଆତଙ୍କବାଦ ବିରୋଧରେ ଭାରତ ସହ ସ୍ବର ମିଶାଇ ସାଂଘାଇ ସହଯୋଗ ସମ୍ମିଳନୀ ଘୋଷଣା ପତ୍ରରେ ଚୀନ ସହମତି ପ୍ରକାଶ କରିଛି । ଅନ୍ୟପଟେ ଆତଙ୍କୀଙ୍କ ଆଶ୍ରୟ ଦେଉଥିବା ପାକିସ୍ତାନର ଫିଲ୍ଡ ମାର୍ଶଲଙ୍କୁ ନିମନ୍ତ୍ରଣ କରିବା ଚୀନର ଦୋମୁହଁ ନୀତିକୁ ଦର୍ଶାଉଛି ।
ସୂଚନା ଅନୁସାରେ, ଚୀନ ସହ ପାକିସ୍ତାନର ଦ୍ବିପାକ୍ଷିକ ଆଲୋଚନାରେ ସେହେବାଜ ସରିଫଙ୍କ ସହ ଆସିମ ମୁନିର ଉପସ୍ଥିତ ରହିବେ ବୋଲି ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ରୁଷ ସହ ବୈଠକରେ ମଧ୍ୟ ସାମିଲ ହୋଇପାରନ୍ତି । କୂଟନୀତି ଆଲୋଚନାରେ ସରକାରଙ୍କ ସହ ସେନାର ଯୋଗଦେବା ପାକିସ୍ତାନରେ ଆସିମ ମୁନିରଙ୍କ ଦବ୍ଦବାକୁ ସ୍ପଷ୍ଟ କରିଛି ।
ଜୁନ ମାସରେ ହଠାତ ଆମେରିକାରେ ପହଞ୍ଚିଥିଲେ ମୁନିର ଓ ଆମେରିକା ଆର୍ମି ପରେଡ୍ ଡେ’ରେ ସାମିଲ ହୋଇଥିଲେ । ପହଲଗାମ ଆତଙ୍କୀ ଆକ୍ରମଣକୁ ବିରୋଧ କରି ଭାରତକୁ ସମର୍ଥନ ଦେଉଥିବା ଆମେରିକା କାହିଁକି ପାକିସ୍ତାନ ଫିଲଡ ମାର୍ଶଲଙ୍କୁ ନିମନ୍ତ୍ରଣ କରିଛି ବୋଲି ପ୍ରଶ୍ନ ଉଠିଥିଲା ।ବର୍ତ୍ତମାନ ସମାନ ଚିତ୍ର ଚୀନରୁ ଆସିବା ପରେ ଜିନପିଙ୍ଗଙ୍କ ଭାରତ ଓ ଆତଙ୍କବାଦ ପ୍ରତି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ