କନକ ବ୍ୟୁରୋ : ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସହ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନା ପାଇଁ ମୋଦୀ ଓ ପୁଟିନ ଗୋଟିଏ କାରରେ ଯାତ୍ରା କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି । ୟୁକ୍ରେନ ସହ ଋଷର ଯୁଦ୍ଧ ବନ୍ଦ ପାଇଁ ଉଭୟ ଆଲୋଚନା କରିଛନ୍ତି । ଶକ୍ତି, ନିବେଶ, ବାଣିଜ୍ୟ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହେବାର ଅଛି । ଆମେରିକାର ୫୦ ପ୍ରତିଶତ ଟାରିଫ ଯୋଗୁ ଋଷକୁ ଅଧିକ ରପ୍ତାନି କରିବା ଉପରେ ଗୁରୁତ୍ବ ଦେଉଛି ଭାରତ ।  ଅକ୍ଟୋବର ୨୦୨୪ରେ କାଜାନରେ ଅନୁଷ୍ଠିତ ବିକ୍ସ ସମ୍ମିଳନୀରେ ମୋଦୀ ଓ ପୁଟିନଙ୍କ  ସାକ୍ଷାତ ହୋଇଥିଲା । ଟ୍ରମ୍ପ ଦ୍ବିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପରେ ପୁଟିନଙ୍କ ସହ ମୋଦୀଙ୍କ ଏହା ପ୍ରଥମ ବୈଠକ । ଚୀନ ସହ ମିଶି ଆମେରିକାକୁ ମାତ୍ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ଦୁଇନେତା । ଏହା ପୂର୍ବରୁ ଅଗଷ୍ଟ ୨୨ରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଋଷ  ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବାଣିଜ୍ୟ ନେଇ ଆଲୋଚନା ହୋଇଥିଲା । ପୁଟିନ ଆସନ୍ତା ଡିସେମ୍ୱର ମାସରେ ଭାରତ ଆସିବେ । 

Advertisment

ମହାସାକ୍ଷାତର ମହାଗୁରୁତ୍ବ
ଆମେରିକାର ଧମକ ସତ୍ବେ ଭାରତ ଋଷ ଠାରୁ ତୈଳ କିଣୁଛି
ଯୁଦ୍ଧରେ ଋଷ ସହ ଭାରତ ସବୁବେଳେ ରହିଛି
ଭାରତ ଋଷ ପାରମ୍ପରିକ ମିତ୍ର
ଟାରିଫ୍ ବୃଦ୍ଧି ଭିତରେ ବଡ଼ ସାକ୍ଷାତ
ମୋଦୀ-ପୁଟିନ ସାକ୍ଷାତରେ ଟ୍ରମ୍ପଙ୍କ ଟେନସନ୍!