କନକ ବ୍ୟୁରୋ : ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସହ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନା ପାଇଁ ମୋଦୀ ଓ ପୁଟିନ ଗୋଟିଏ କାରରେ ଯାତ୍ରା କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି । ୟୁକ୍ରେନ ସହ ଋଷର ଯୁଦ୍ଧ ବନ୍ଦ ପାଇଁ ଉଭୟ ଆଲୋଚନା କରିଛନ୍ତି । ଶକ୍ତି, ନିବେଶ, ବାଣିଜ୍ୟ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହେବାର ଅଛି । ଆମେରିକାର ୫୦ ପ୍ରତିଶତ ଟାରିଫ ଯୋଗୁ ଋଷକୁ ଅଧିକ ରପ୍ତାନି କରିବା ଉପରେ ଗୁରୁତ୍ବ ଦେଉଛି ଭାରତ । ଅକ୍ଟୋବର ୨୦୨୪ରେ କାଜାନରେ ଅନୁଷ୍ଠିତ ବିକ୍ସ ସମ୍ମିଳନୀରେ ମୋଦୀ ଓ ପୁଟିନଙ୍କ ସାକ୍ଷାତ ହୋଇଥିଲା । ଟ୍ରମ୍ପ ଦ୍ବିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପରେ ପୁଟିନଙ୍କ ସହ ମୋଦୀଙ୍କ ଏହା ପ୍ରଥମ ବୈଠକ । ଚୀନ ସହ ମିଶି ଆମେରିକାକୁ ମାତ୍ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ଦୁଇନେତା । ଏହା ପୂର୍ବରୁ ଅଗଷ୍ଟ ୨୨ରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଋଷ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବାଣିଜ୍ୟ ନେଇ ଆଲୋଚନା ହୋଇଥିଲା । ପୁଟିନ ଆସନ୍ତା ଡିସେମ୍ୱର ମାସରେ ଭାରତ ଆସିବେ ।
ମହାସାକ୍ଷାତର ମହାଗୁରୁତ୍ବ
ଆମେରିକାର ଧମକ ସତ୍ବେ ଭାରତ ଋଷ ଠାରୁ ତୈଳ କିଣୁଛି
ଯୁଦ୍ଧରେ ଋଷ ସହ ଭାରତ ସବୁବେଳେ ରହିଛି
ଭାରତ ଋଷ ପାରମ୍ପରିକ ମିତ୍ର
ଟାରିଫ୍ ବୃଦ୍ଧି ଭିତରେ ବଡ଼ ସାକ୍ଷାତ
ମୋଦୀ-ପୁଟିନ ସାକ୍ଷାତରେ ଟ୍ରମ୍ପଙ୍କ ଟେନସନ୍!
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/01/33-2025-09-01-15-17-13.jpg)