କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ସ୍ଥାନ ପାଇଛନ୍ତି । ବିଜନେସ୍ ଇଣ୍ଟେଲିଜେନ୍ସ କମ୍ପାନୀ ମର୍ଣ୍ଣିଂ କନସଲ୍ଟର ସର୍ଭେ ଅନୁସାରେ, ପିଏମ୍ ମୋଦୀଙ୍କୁ ୭୫% ଲୋକଙ୍କ ଅନୁମୋଦନ ମିଳିଛି । ଏହି ସର୍ଭେ ୪ ଜୁଲାଇରୁ ୧୦ ଜୁଲାଇ ମଧ୍ୟରେ ୨୦ରୁ ଅଧିକ ଦେଶର ନେତାଙ୍କୁ ନେଇ କରାଯାଇଥିଲା । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲୀ ଜେ-ମ୍ୟୁଂ ରହିଛନ୍ତି ।
ସେହିପରି ତୃତୀୟ ସ୍ଥାନରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିଅର୍ ମିଲେଇ ଅଛନ୍ତି, ଯିଏ ୫୭% ସମର୍ଥନ ପାଇଛନ୍ତି । ଅନ୍ୟପକ୍ଷରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏହି ରାଙ୍କିଙ୍ଗରେ ପଛରେ ରହିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ କିୟର ଷ୍ଟାର୍ମରଙ୍କୁ ମାତ୍ର ୨୬% ସମର୍ଥନ ମିଳିଛି, ଯେଉଁଥିରେ ୬୫% ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୋଦୀଙ୍କ ଏହି ଲୋକପ୍ରିୟତା କାରଣ, ଦୃଢ଼ ନୀତି ନିଷ୍ପତ୍ତି ଓ ବିଶ୍ୱ ମଞ୍ଚରେ ଭାରତର ପ୍ରଭାବକୁ ଦର୍ଶାଏ । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ମସିହାରୁ ନେତୃତ୍ୱରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/26/modi-a-2025-07-26-08-57-58.jpg)