କନକ ବ୍ୟୁରୋ : ମାଳଦ୍ବୀପରେ ପ୍ରଧାନମନ୍ତ୍ରୀ ମୋଦୀ । ମାଳଦ୍ବୀପରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ଏବଂ ମାଳଦ୍ବୀପ ସରକାର ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ ଜଣାଇଛନ୍ତି । ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆମନ୍ତ୍ରଣରେ ଜୁଲାଇ ୨୫ରୁ ୨୬ ତାରିଖ ପର୍ଯ୍ୟନ୍ତ ମାଳଦ୍ୱୀପରେ ଗସ୍ତରେ ପ୍ରଧାନମନ୍ତ୍ରୀ । ଏହି ଗସ୍ତ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୋଦୀ । ମୋଦୀ ରାଷ୍ଟ୍ରପତି ମୁଇଜୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ, ଯେଉଁଥିରେ ଅର୍ଥନୈତିକ ସହଭାଗିତା, ସାମୁଦ୍ରିକ ସୁରକ୍ଷା ଏବଂ ରଣନୈତିକ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ । ଏହି ଗସ୍ତରେ ଭାରତ ସମର୍ଥିତ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ହେବ, ଯେପରିକି ହୁଲହୁମାଲେରେ ୪,୦୦୦ ହାଉସିଂ କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ । ଏହା ସହ ବିଭିନ୍ନ ବୁଝାମଣା ପତ୍ର ଏମ୍ଓୟୁ ସ୍ୱାକ୍ଷରିତ ହେବ, ଯାହା ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ଦୃଢ଼ କରିବ । ଭାରତର ହାଇ କମିସନର ଜି. ବାଲାସୁବ୍ରମଣ୍ୟମ୍ କହିଛନ୍ତି, ଏହି ଗସ୍ତ ଭାରତର ‘ନେବରହୁଡ୍ ଫାଷ୍ଟ’ ନୀତି ଓ ‘ମହାସାଗର’ ଦୃଷ୍ଟିକୋଣରେ ମାଳଦ୍ୱୀପର ଗୁରୁତ୍ୱକୁ ବଢ଼ାଉଛି ।
ମାଳଦ୍ବୀପର ମୁଖ୍ୟ ଅତିଥି ମୋଦୀ
ରାଷ୍ଟ୍ରପତି ମୁଇଜୁ ଆଗରୁ ଭାରତ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ
ବୟାନ ଆସିବା ପରେ ମାଳଦ୍ବୀପ ପର୍ଯ୍ୟଟନ ଉପରେ ବଡ଼ ପ୍ରଭାବ ପଡ଼ିଥିଲା
ଭାରତୀୟ ମାନେ ମାଳଦ୍ବୀପକୁ ବଏକଟ୍ କରିଥିଲେ
ଶେଷରେ ଭୁଲ ବୁଝି ପାରିଥିଲେ ରାଷ୍ଟ୍ରପତି ମୁଇଜୁ
ସେତେବେଳେ ଇଣ୍ଡିଆ ଆଉଟ୍ କହିଥିଲେ, ଏବେ ମୋଦୀଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରିଛନ୍ତି
୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୋଦୀ
ଗସ୍ତରେ ଭାରତ ସମର୍ଥିତ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ହେବ
ମାଳଦ୍ୱୀପର ପୂର୍ବତନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହିଦ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ନୂତନ ମୋଡ଼ ଆସିବ
ଯେତେବେଳେ ମାଳଦ୍ୱୀପକୁ ସାହାଯ୍ୟର ଆବଶ୍ୟକତା ପଡ଼ିଛି, ଭାରତ ପ୍ରଥମେ ଆଗକୁ ଆସିଛି
ଭାରତ ନଥିଲେ ଆମ ଦେଶ ଦେବାଳିଆ ହୋଇଥାନ୍ତା
ପୂର୍ବତନ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ନାଶିଦ କହିଛନ୍ତି, ଭାରତ ସାମ୍ପ୍ରତିକ ସମୟରେ ମାଳଦ୍ୱୀପର ଆର୍ଥିକ ଅସୁବିଧା ସମୟରେ ସାହାଯ୍ୟ କରିଛି
ମୋଦୀଙ୍କ ଗସ୍ତ ପୂର୍ବରୁ ନାଶିଦ କହିଛନ୍ତି, ଯଦି ଭାରତ ସାହାଯ୍ୟ କରିନଥାନ୍ତା, ତେବେ ଆମେ ଋଣ ପରିଶୋଧ କରିବାରେ ବିଫଳ ହୋଇଥାନ୍ତୁ
ଚ୍ୟାଲେଞ୍ଜିଂ ସମୟରେ ମାଳଦ୍ୱୀପର ଆର୍ଥିକ ସ୍ଥିରତା ବଜାୟ ରଖିବାରେ ଭାରତର ସାହାଯ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା
ବୈଦେଶିକ ନୀତି ସମ୍ପର୍କରେ ନାଶିଦ କହିଛନ୍ତି, ଆମେ ମାଳଦ୍ୱୀପରେ ସର୍ବଦା ‘ଭାରତ-ପ୍ରଥମେ’ ବୈଦେଶିକ ନୀତି ଅନୁସରଣ କରିଆସିଛୁ