Toll Gate : ଦେଶରେ କେତୋଟି ଅଛି ଟୋଲ୍‌ଗେଟ୍‌ ?

ଟୋଲ୍‌ଗେଟ୍‌କୁ ନେଇଅନେକ ସମୟରେ କେଁ ଦେଖାଯାଏ। କେତେବେଳେ ଅଭିଯୋଗ ହୁଏ କି ଲମ୍ବା ସମୟ ଧରି ଲାଇନ୍‌ ଲାଗୁଛି ତ ପୁଣି ଆଉ କେତେବେଳେ ଅଭିଯୋଗ ହୁଏ କର୍ମଚାରୀମାନେ ଜାଣିଶୁଣି ହଇରାଣ କରୁଛନ୍ତି । ବ୍ୟବସ୍ଥାକୁ ସୁଧାରିବାକୁ ସରକାର ବି ଅନେକ ପ୍ରକାର ନିୟମ କରିଛନ୍ତି

toll gate

toll gate Photograph: (Kanak News)

କନକ ବ୍ୟୁରୋ: ରାସ୍ତାରେ ଯିବା ବେଳେ ଆପଣମାନେ ସମସ୍ତେ ଟୋଲ୍‌ପ୍ଲାଜା ବା ଟୋଲ୍‌ଗେଟ୍‌ ଦେଖିଥିବେ । ପ୍ରତି ୬୦ କିମି ବ୍ୟବଧାନରେ ଟୋଲ୍‌ଗେଟ୍‌ ରହେ । ଟୋଲ୍‌ଗେଟ୍‌ରେ ଟଙ୍କା ଦେବା ପରେ ଗେଟ୍‌ ଉଠେ ଏବଂ ଆପଣମାନେ ଗାଡ଼ି ନେଇ ଯାଆନ୍ତି । କାର୍‌ଠୁ ଟ୍ରକ୍‌…ବସ୍‌ଠୁ କଣ୍ଟେନର…ଗାଡ଼ି ଅନୁସାରେ ନିର୍ଦ୍ଧାରିତ ଟଙ୍କା ଦେବା ପରେ ଟୋଲ୍‌ ପାର୍‌ ହୁଅନ୍ତି । ହେଲେ ଆପଣ ଜାଣିଛନ୍ତି କି ଦେଶରେ ମୋଟ୍‌ କେତୋଟି ଟୋଲ୍‌ଗେଟ୍‌ ରହିଛି ଏବଂ ପ୍ରତିଦିନ ଟୋଲ୍‌ଗେଟ୍‌ରୁ କେତେ ଟଙ୍କା ଆଦାୟ କରାଯାଏ ।

ଟୋଲ୍‌ଗେଟ୍‌ରେ ନିଇତି କେତେ ଟଙ୍କା ଆଦାୟ ହୁଏ
ଦେଶର ୧୦୮୭ଟି ଟୋଲ୍ ପ୍ଲାଜାର
ଆଦାୟ ଜାଣିଲେ ଉଡ଼ିବ ହୋସ୍‌
ସଂସଦରେ ଉତ୍ତର ରଖିଲେ ମନ୍ତ୍ରୀ
କହିଲେ, ନିଇତି ଆଦାୟ ହେଉଛି ୧୬୮ କୋଟି

ଟୋଲ୍‌ଗେଟ୍‌କୁ ନେଇଅନେକ ସମୟରେ କେଁ ଦେଖାଯାଏ। କେତେବେଳେ ଅଭିଯୋଗ ହୁଏ କି ଲମ୍ବା ସମୟ ଧରି ଲାଇନ୍‌ ଲାଗୁଛି ତ ପୁଣି ଆଉ କେତେବେଳେ ଅଭିଯୋଗ ହୁଏ କର୍ମଚାରୀମାନେ ଜାଣିଶୁଣି ହଇରାଣ କରୁଛନ୍ତି । ବ୍ୟବସ୍ଥାକୁ ସୁଧାରିବାକୁ ସରକାର ବି ଅନେକ ପ୍ରକାର ନିୟମ କରିଛନ୍ତି । ହେଲେ ଅନେକଙ୍କ ମନରେ ପ୍ରଶ୍ନଥାଏ କି ପ୍ରତିଦିନ ଟୋଲ୍‌ଗେଟ୍‌ରେ କେତେ ଟଙ୍କା ଆଦାୟ କରାଯାଏ । ଏ ସବୁ ପ୍ରଶ୍ନର ଉତ୍ତର ଗୃହରେ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । କହିଛନ୍ତି, ଦେଶରେ ମୋଟ୍‌ ୧୦୮୭ଟି ଟୋଲ୍ ପ୍ଲାଜାରୁ ପ୍ରତିଦିନ ୧୬୮ କୋଟି ଟଙ୍କା ରୋଜଗାର ହେଉଛି । କେନ୍ଦ୍ର ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଟୋଲ୍ ଆଦାୟ କେବଳ ଖର୍ଚ୍ଚ ଆଦାୟ ପାଇଁ ନୁହେଁ ବରଂ ନିୟମ ଅନୁଯାୟୀ, ଏହା ଏକ ବ୍ୟବହାର ଶୁଳ୍କ। ସରକାରୀ କିମ୍ବା ବେସରକାରୀ ପ୍ରକଳ୍ପ ଅନୁଯାୟୀ, ଟୋଲର ଅବଧି ଏବଂ ହାର ସ୍ଥିର କରାଯାଇଛି ।

ଜୁନ୍‌ ସୁଦ୍ଧା ଦେଶରେ ଥିଲା ୧୦୮୭ ଟୋଲ୍‌ଗେଟ୍‌
ନିଇତି ଆଦାୟ ହେଉଥିଲା ୧୬୮,୨୬ କୋଟି

ଗୃହରେ ମନ୍ତ୍ରୀ ଉତ୍ତର ରଖିବା ବେଳେ ସ୍ପଷ୍ଟ କରିଛନ୍ତି କି, ଦେଶରେ ଜୁନ୍ ୨୦୨୫ ପର୍ଯ୍ୟନ୍ତ ମୋଟ ଟୋଲ୍ ପ୍ଲାଜା ସଂଖ୍ୟା ୧,୦୮୭ ଥିବାବେଳେ ଦୈନିକ ଟୋଲ୍ ରାଜସ୍ୱ ଆଦାୟ ୧୬୮.୨୪ କୋଟି ଟଙ୍କା ରହିଛି । ୨୦୨୪-୨୫ରେ ମୋଟ ଟୋଲ୍ ରାଜସ୍ୱ ୬୧,୪୦୮.୧୫ କୋଟି ଟଙ୍କା ହୋଇଥିବାବେଳେ ସାର୍ବଜନୀନ ପାଣ୍ଠି ପ୍ଲାଜାରୁ ୨୮,୮୨୩.୭୪ କୋଟି ଟଙ୍କା ମିଳିଥିବାବେଳେ ବେସରକାରୀ ଅପରେଟରମାନଙ୍କ ଦ୍ୱାରା ପରିଚାଳିତ ପ୍ଲାଜାରୁ ୩୨,୫୮୪.୪୧ କୋଟି ଟଙ୍କା ମିଳିଛି ।

ରାସ୍ତାରୁ ଟୋଲ୍‌ ଉଠିବା ନେଇ ଯୋଜନା ନାହିଁ

ରାସ୍ତାରୁ ଟୋଲ୍‌ କେବେ ଉଠିବ । ଏନେଇ ବି ଅନେକଙ୍କ ମନରେ ପ୍ରଶ୍ନଥାଏ । ହେଲେ ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି, ଜାତୀୟ ରାଜପଥଗୁଡ଼ିକୁ ଟୋଲ୍ ମୁକ୍ତ କରିବାର କୌଣସି ଯୋଜନା ନାହିଁ । ଆଦାୟରୁ ରାଜସ୍ୱ କେନ୍ଦ୍ରୀୟ ସମନ୍ୱିତ ପାଣ୍ଠି (ଭାରତର ସମନ୍ୱିତ ପାଣ୍ଠି)କୁ ଯାଏ ଏବଂ ଏଥିରୁ ନୂତନ ରାସ୍ତା ନିର୍ମାଣ ଏବଂ ମରାମତି କରାଯାଏ । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ BOT (ନିର୍ମାଣ-ପରିଚାଳନା-ହସ୍ତାନ୍ତର) ପ୍ରକଳ୍ପଗୁଡ଼ିକରେ, ଏକ ନିର୍ଦ୍ଦିଷ୍ଟ ସମୟ ପରେ, ଟୋଲ୍ ସରକାରଙ୍କୁ ହସ୍ତାନ୍ତର କରାଯାଏ ଏବଂ ସେ ଏହାକୁ ଆଦାୟ କରନ୍ତି, ଯେତେବେଳେ ସରକାରୀ (ସାର୍ବଜନୀନ ପାଣ୍ଠି) ରାସ୍ତାରେ ଟୋଲ୍ ଆଦାୟ ନିରନ୍ତର ଜାରି ରହିବ ଏବଂ ପ୍ରତିବର୍ଷ ସଂଶୋଧନ କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe