UP Minister : ନୋ ପାର୍କିଂ ଜୋନ୍‌ରେ ଥିଲା ମନ୍ତ୍ରୀଙ୍କ ଗାଡ଼ି : କ୍ରେନ୍‌ ଡାକି ଉଠାଇନେଲା ପୁଲିସ୍‌

Advertisment

ମନ୍ତ୍ରୀ ଅଧିବେଶନରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କ ଡ୍ରାଇଭର ଗାଡ଼ିଟିକୁ ଭୁଲ୍ ଜାଗାରେ ପାର୍କ କରିଦେଇଥିଲେ, ଯାହାଫଳରେ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ପରେ ଟ୍ରାଫିକ୍‌ ପୁଲିସ୍‌ଙ୍କ ନଜରକୁ ଏହି ଘଟଣା ଆସିଥିଲା । ଗାଡ଼ିଟି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କର ବୋଲି ଜାଣିବା ସତ୍ତ୍ୱେ ସେମାନେ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇନଥିଲେ

ମନ୍ତ୍ରୀ ଅଧିବେଶନରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କ ଡ୍ରାଇଭର ଗାଡ଼ିଟିକୁ ଭୁଲ୍ ଜାଗାରେ ପାର୍କ କରିଦେଇଥିଲେ, ଯାହାଫଳରେ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ପରେ ଟ୍ରାଫିକ୍‌ ପୁଲିସ୍‌ଙ୍କ ନଜରକୁ ଏହି ଘଟଣା ଆସିଥିଲା । ଗାଡ଼ିଟି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କର ବୋଲି ଜାଣିବା ସତ୍ତ୍ୱେ ସେମାନେ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇନଥିଲେ

Minister Vehicle

Minister Vehicle Photograph: (Kanak News)

କନକ ବ୍ୟୁରୋ: ଟ୍ରାଫିକ୍‌ ନିୟମ ସମସ୍ତଙ୍କ ପାଇଁ ସମାନ । ଏ କଥା ଆମେ ସମସ୍ତେ ଜାଣନ୍ତି । ହେଲେ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସେ ମନ୍ତ୍ରୀଙ୍କ ଯଦି ନିୟମ ଭଙ୍ଗ କରନ୍ତି ତେବେ ତାଙ୍କ ବିରୋଧରେ କଣ ଆକ୍ସନ ହେବ । ଆଉ ଏ ସବୁର ଉତ୍ତର ଦେଇଛି ୟୁପି ଟ୍ରାଫିକ୍‌ ପୁଲିସ୍‌ । କାରଣ ପାର୍କିଂରେ ମନ୍ତ୍ରୀଙ୍କ ଫର୍ଚୁନର ଗାଡ଼ି ବେନିୟମ ଭାବରେ ପାର୍କ ହୋଇଥିଲା । ଘଟଣା ଜାଣିବା ପରେ ସଙ୍ଗେ ସଙ୍ଗେ ୟୁପି ପୁଲିସ୍‌ କ୍ରେନ୍‌ ଆଣି ମନ୍ତ୍ରୀଙ୍କ ଗାଡ଼ିକୁ ଉଠାଇନେଇଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । 

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।  ଯେଉଁଠାରେ ଆଇନର ଉର୍ଦ୍ଧ୍ବରେ କେହି ନୁହେଁ ବୋଲି ଟ୍ରାଫିକ୍ ପୁଲିସ୍‌ ପ୍ରମାଣିତ କରିଛି । ଉତ୍ତର ପ୍ରଦେଶ ବିଧାନସଭା ପରିସରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଗାଡ଼ି ନୋ-ପାର୍କିଂ ଜୋନ୍‌ରେ ଥିବାରୁ ଟ୍ରାଫିକ୍ ପୁଲିସ୍‌ କ୍ରେନ୍ ସାହାଯ୍ୟରେ ଗାଡ଼ିକୁ ଉଠାଇ ନେଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି  । 

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଧଳା ରଙ୍ଗର ଟୟୋଟା ଫର୍ଚୁନର୍ ଗାଡ଼ିଟି ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ନୋ-ପାର୍କିଂ ଜୋନରେ ପାର୍କ କରାଯାଇଥିଲା । ମନ୍ତ୍ରୀ ଅଧିବେଶନରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କ ଡ୍ରାଇଭର ଗାଡ଼ିଟିକୁ ଭୁଲ୍ ଜାଗାରେ ପାର୍କ କରିଦେଇଥିଲେ, ଯାହାଫଳରେ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ପରେ ଟ୍ରାଫିକ୍‌ ପୁଲିସ୍‌ଙ୍କ ନଜରକୁ ଏହି ଘଟଣା ଆସିଥିଲା । ଗାଡ଼ିଟି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କର ବୋଲି ଜାଣିବା ସତ୍ତ୍ୱେ ସେମାନେ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇନଥିଲେ । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ତୁରନ୍ତ ଏକ କ୍ରେନ୍ ଡକାଯାଇ ଗାଡ଼ିଟିକୁ ସେଠାରୁ ଉଠାଇ ନିଆଯାଇଥିଲା । କ୍ରେନ୍ ଦ୍ୱାରା ମନ୍ତ୍ରୀଙ୍କ ଏସୟୁଭିକୁ ଉଠାଯାଉଥିବାର ଦୃଶ୍ୟକୁ କେହି ଜଣେ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । 

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟରତ ଟ୍ରାଫିକ୍‌ ପୁଲିସ୍‌କୁ ସବୁଠି ଭୂରିଭୂରି ପ୍ରଶଂସା କରାଯାଉଛି । ୟୁଜର୍ସ କମେଣ୍ଟ ଦେଇ କହୁଛନ୍ତି, ଏମିତି ପୁଲିସ୍‌ ରହିଲେ କେବେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବ ନାହିଁ ।  ସଞ୍ଜୟ ନିଷାଦ ଉତ୍ତର ପ୍ରଦେଶ ସରକାରରେ ମତ୍ସ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ହେଲେ କ୍ୟାବିନେଟ୍‌ ମନ୍ତ୍ରୀ ଜଣେ ନିୟମ ଭଙ୍ଗ କରିଥିବାରୁ ତାଙ୍କ ଗାଡ଼ିକୁ ଉଠାଇ ନେଇ ପୁଲିସ୍‌ । ଯାହା ଏବେ ପୂରା ଦେଶରେ ଚର୍ଚ୍ଚା ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe