ଭାରତୀୟ ସେନାର ବଳ ବଢ଼ାଇବ ଆପାଚେ ହେଲିକପ୍ଟର : ସେପଟେ ସେନାରୁ ବିଦାୟ ନେବ ଯୁଦ୍ଧ ବିମାନ ମିଗ୍-୨୧

ଏହି ଅତ୍ୟାଧୁନିକ ହେଲିକପ୍ଟର ପଶ୍ଚିମ ସୀମାରେ ସେନାର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବ। ବୋଇଂ ଦ୍ବାରା ନିର୍ମିତ ଏହି ହେଲିକପ୍ଟର ୩୦ ଏମଏମ ଚେଗାନ, ହେଲଫାୟାର ମିସାଇଲ ଓ ରକେଟ ପଡ୍‌ ସହିତ ସଜ୍ଜିତ, ଯାହା ଶତ୍ରୁଙ୍କ ଉପରେ ସଠିକ ଆକ୍ରମଣ ପାଇଁ ସକ୍ଷମ ।

mig21

mig21 Photograph: (kanaknews)

କନକ ବ୍ୟୁରୋ : ଭାରତୀୟ ସେନାର ବଢ଼ିଲା ଶକ୍ତି । ଭାରତୀୟ ସେନାରେ ଯୋଗ ଦେଲା ପ୍ରଥମ ଆପାଚେ ହେଲିକପ୍ଟର ବ୍ୟାଚ । ଆଜି ଆମେରିକାରୁ ଆସିଥିବା ତିନୋଟି ଏଏଚ-୬୪ଇ ଆପାଚେ ଆକ୍ରମଣକାରୀ ହେଲିକପ୍ଟର ହିଣ୍ଡୋନ ବାୟୁସେନା ବେସ୍‌ରେ ପହଞ୍ଚିଛି । ଏହି ହେଲିକପ୍ଟର ଗୁଡିକ ରାଜସ୍ଥାନର ଯୋଧପୁରରେ ମୁତୟନ ହେବ ।  ସେନା ଅଧିକାରୀଙ୍କ କହିବା ଅନୁସାରେ, ଏହି ଅତ୍ୟାଧୁନିକ ହେଲିକପ୍ଟର ପଶ୍ଚିମ ସୀମାରେ ସେନାର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବ। ବୋଇଂ ଦ୍ବାରା ନିର୍ମିତ ଏହି ହେଲିକପ୍ଟର ୩୦ ଏମଏମ ଚେଗାନ, ହେଲଫାୟାର ମିସାଇଲ ଓ ରକେଟ ପଡ୍‌ ସହିତ ସଜ୍ଜିତ, ଯାହା ଶତ୍ରୁଙ୍କ ଉପରେ ସଠିକ ଆକ୍ରମଣ ପାଇଁ ସକ୍ଷମ । ୨୦୨୦ ରେ ସ୍ୱାକ୍ଷରିତ ୬୦୦ ମିଲିୟନ ଡଲାରର ଚୁକ୍ତି ଅନୁଯାୟୀ ଆହୁରି ହେଲିକପ୍ଟର ଏହି ବର୍ଷ ଶେଷ ସୁଦ୍ଧା ଆସିବ । 

Apache
Apache Photograph: (google)

ସେନାକୁ ମିଳିଲା ‘ଆପାଚେ’
 
ଏହି ହେଲିକପ୍ଟର ‘ଏୟାର ଟ୍ୟାଙ୍କ’ ଭାବରେ ଜଣାଶୁଣା 
ବହୁବର୍ଷ ଧରି ଆମେରିକୀୟ ସେନାରେ ବ୍ୟବହୃତ 
ଆପାଚେ ହେଲିକପ୍ଟର ନାଇଟ୍ ଭିଜନ୍ ଏବଂ ନାଭିଗେସନ୍ ସିଷ୍ଟମ ସହିତ ସଜ୍ଜିତ
ରାତି ଅନ୍ଧାରରେ ମଧ୍ୟ ଶତ୍ରୁ ଟାର୍ଗେଟକୁ ଠିକ୍ ଭାବରେ ଚିହ୍ନଟ କରିପାରେ
ରାତିରେ ଶତ୍ରୁ ଉପରେ ଆକ୍ରମଣ କରିବାରେ ସାହାଯ୍ୟ କରେ 
ଏଥିରେ ଅତ୍ୟାଧୁନିକ କମ୍ୟୁନିକେସନ, ନାଭିଗେସନ୍ ସିଷ୍ଟମ ରହିଛି
ଆପାଚେରେ ସ୍ୱତନ୍ତ୍ର ସେନ୍ସର ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ରହିଛି 
ଯୁଦ୍ଧ ବ୍ୟତୀତ ଉଦ୍ଧାର କାର୍ଯ୍ୟ, ସୁରକ୍ଷା ଅପରେସନ୍‌ରେ ବି ବ୍ୟବହାର କରାଯାଇପାରିବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe