କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆଗ୍ରା-ଅଲିଗଡ଼ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ୪ ଶିଶୁ, ୪ ମହିଳା ଓ ୭ ଜଣ ପୁରୁଷ ରହିଛନ୍ତି । ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରାଭଲରରେ ଫେରୁଥିବା ସମୟରେ ବସ ସହ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ୧୨ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସୂଚନା ପାଇଁ ସ୍ଥାନୀୟ ପୁଲିସ ଆହତକୁ ନିକଟସ୍ଥ ଜିଲ୍ଲା ମେଡିକାଲକୁ ସ୍ତାନାନ୍ତରିତ କରିଥିବା ସୂଚନା ରହିଛି । ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତି ପରିବାର ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।