କନକ ବ୍ୟୁରୋ : ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ରାଜନୈତିକ ହାଇଡ୍ରାମା, ପ୍ରଦେଶ ଅଧ୍ୟକ୍ଷଙ୍କୁ ପଦରୁ ହଟାଇଲା ଜେଡ଼ିୟୁ । ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର ପାଇଁ ରାଜ୍ୟପାଳଙ୍କୁ ଚିଠି ଚର୍ଚ୍ଚା ବଢାଇଥିଲେ କେ ବୀରେନ୍ ସିଂ । ଦଳର ଏକମାତ୍ର ବିଧାୟକ ବିରୋଧୀ ଦଳରେ ରହିବା ନେଇ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ପ୍ରଦେଶ ଅଧ୍ୟକ୍ଷ । ଦଳର ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ରଞ୍ଜନ ପ୍ରସାଦ ଏହା ପ୍ରଦେଶ ଅଧ୍ୟକ୍ଷଙ୍କ ଏକପାଖିଆ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି ।
ଏଥି ସହିତ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବୀରେନ୍ ସିଂଙ୍କୁ ଦଳରୁ ଦଳରୁ ନିଳମ୍ବନ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏପରିକି ଆଗକୁ ମଧ୍ୟ ବିଜେପି ସରକାରଙ୍କୁ ସମର୍ଥନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ୨୦୨୨ ମସିହାରୁ ବିଜେପି ସହିତ ମଣିପୁରରେ ମେଣ୍ଟ କରିଛି ଜେଡ଼ିୟୁ ୨୦୨୨ ମସିହାରେ, ୬ ଜଣ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିକୁ ସମର୍ଥନ କରିଥିଲେ, ଯାହା ବିଜେପିର ସ୍ଥିତିକୁ ଆହୁରି ମଜବୁତ କରିଛି ।