କନକ ବ୍ୟୁରୋ : ନ୍ୟାୟ ପାଇଁ ଗାଦି ଛାଡିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲାକତା ଡାକ୍ତର ଗଣଦୁଷ୍କର୍ମ ମାମଲାରେ  କୋଲକାତାରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ଡାକ୍ତରଙ୍କ ସହ ଆଲୋଚନା କରିବାକୁ ମମତା ବାନାର୍ଜୀ ତୃତୀୟ ଥର ପାଇଁ ଡାକିଥିଲେ । ସଚିବାଳୟର କନଫରେନ୍ସ ହଲରେ ୨ ଘଂଟା ଅପେକ୍ଷା ବି କଲେ । କିନ୍ତୁ ଡାକ୍ତରମାନେ ଆଲୋଚନାର ଲାଇଭ ଷ୍ଟ୍ରିମିଂ ପାଇଁ ଅଡିବସିବାରୁ ବୈଠକକୁ ଆସିଲେ ନାହିଁ । ଫଳରେ ବୈଠକ ଫେଲ ମାରିଥିଲା ।

ଏଥିରେ କ୍ଷୁବ୍ଧ ହୋଇ  ମମତା ଇସ୍ତଫା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ମମତା ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କର କୌଣସି ମୋହ ନାହିଁ । ଡାକ୍ତରଙ୍କ ସହ ଆଲୋଚନା ପାଇଁ ୩ ଦିନ ଅପେକ୍ଷା କଲି । ପଶ୍ଚିମବଙ୍ଗର ଲୋକଙ୍କୁ ମୁଁ କ୍ଷମା ମାଗିବାକୁ ଚାହୁଁଛି । ଆଉ ରାଜ୍ୟବାସୀ ବି ମୋତେ କ୍ଷମା କରିଦେବେ ବୋଲି କହିଛନ୍ତି ମମତା ।

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଥମିବାରେ ନାଁ ଧରୁନି । ସମସ୍ୟାର ସମାଧାନ ଦିଗରେ ଆଲୋଚନା ପାଇଁ ଡାକ୍ତରଙ୍କମାନେ ରଖିଥିବା ଦାବିକୁ ପ୍ରତ୍ୟାଖାନ କରିଛନ୍ତି ମମତା ସରକାର । ଆଜି ସନ୍ଧ୍ୟାରେ ୫ଟାରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଡାକିଥିଲେ । ଡାକ୍ତରମାନେ ଆଲୋଚନା କରିବାକୁ ବି ଆସିଥିଲେ । ଆନ୍ଦୋଳନତ ଆଲୋଚନାର ଲାଇଭ ପ୍ରସାରଣ କରିବାକୁ ଡାକ୍ତର ଦାବି କରିବା ପରେ ପଶ୍ଚିମବଙ୍ଗ ସରକାର ଏଥିରେ ଅରାଜି ହୋଇଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦୀର୍ଘ ୩୩ ଦିନ ଧରି ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ପଶ୍ଚିମବଙ୍ଗ ସରକାର ତଥା ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ ।

କିନ୍ତୁ ଡାକ୍ତରମାନେ ଆଲୋଚନା ଲାଇଭ ପ୍ରସାରଣ କରିବାକୁ ଦାବି ରଖିବା ପରେ ମମତା ସରକାର ଏହାକୁ ପ୍ରତ୍ୟାଖାନ କରିଛନ୍ତି । ଏହାପରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ମନୋଜ ପନ୍ଥ ଆନ୍ଦୋଳନରତ ଡାକ୍ତରଙ୍କୁ ଚିଠି ଲେଖି ସେମାନଙ୍କୁ ରାଜ୍ୟ ସଚିବାଳୟ ‘ନବାନ୍ନ’କୁ ବୈଠକ ପାଇଁ ଡାକିଥିଲେ ।

ବୈଠକରେ ୧୨-୧୫ ଜଣିଆ ଡାକ୍ତର ପ୍ରତିନିଧିଦଳ ଯୋଗ ଦେବାପାଇଁ କୁହାଯାଇଥିଲା । ଡାକ୍ତରମାନେ କହିଥିଲେ ସେମାନେ ବୈଠକକୁ ୩୦ ଜଣିଆ ପ୍ରତିନିଧି ଦଳ ପଠାଇବାକୁ ଚାହାନ୍ତି । ବୈଠକର ସିଧା ପ୍ରସାରଣ କରାଯିବ। ସେମାନେ ଅନ୍ୟ କାହା ସହ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବେ । କିନ୍ତୁ ଆଲୋଚନାର ଲାଇଭ ପ୍ରସାରଣ ପାଇଁ ଡାକ୍ତର ଅଡିବସିବାରୁ ଆଲୋଚନା ହୋଇପାରିନଥିଲା । ସଚିବାଳୟରେ ଦୁଇଘଣ୍ଟା ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।