କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ମଲାଇକା ଆରୋରଙ୍କ ବାପା ଅନୀଲ ଆରୋରାଙ୍କ ମୃତ୍ୟୁର ସ୍ତବ୍ଦ ବଲିଉଡ । ଆଜି ସକାଳୁ ନିଜ ବାନ୍ଦ୍ରା ସ୍ଥିତି ଆପାର୍ଟମେଂଟରୁ ଅନୀଲ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ୬ ମହଲା ଛାତର ବାଲକୋନୀରୁ ଅନୀଲ ଡେଇଁବାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ କରୁଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ? ଏହା ହତ୍ୟା ନା ଆତ୍ମହତ୍ୟା ଏହାର କାରଣ ଖୋଜୁଛି ପୁଲିସ । ସିସିଟିଭି ଫୁଟେଜ ଆଧାରରେ ଅଧିକ ସୁରାକ ଖୋଜୁଛି ପୁଲିସ । ସେପଟେ ମଲାଇକା ଓ ଅମ୍ରିତାଙ୍କୁ ସମବେଦନ ଜଣାଇବାକୁ ପହଁଚିଛିନ୍ତି ବଲିଉଡ କଳକାର, ପ୍ରଯୋଜକ ଓ ଅନ୍ୟ ବ୍ୟକ୍ତିବିଶେଷ । ତେବେ ଚର୍ଚ୍ଚା ହେଉଛି ଅନୀଲ କିଛି ଦିନ ହେବ ଅସୁସ୍ଥ ଥିଲେ ଓ ପାରିବାରିକ କଳହ ପାଇଁ ଅଶାନ୍ତ ରହୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Bw8I5FvUcBVMXBg0IRRV.jpg)