କନକ ବ୍ୟୁରୋ : ମଧ୍ୟପ୍ରଦେଶ ମେହର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତର ପ୍ରଦେଶ ପ୍ରୟାଗରାଜରୁ ନାଗପୁର ଯାଉଥିବା ବସଟି ଟ୍ରକ୍ ସହ ପିଟି ହୋଇଛି ।
ସୂଚନା ମୁତାବକ, ଉତ୍ତରପ୍ରଦେଶରୁ ନାଗପୁର ଅଭିମୁଖେ ଯାଉଥିବା ଏକ ଲଗ୍ଜୁରୀ ଯାତ୍ରୀବାହି ବସ୍ ରାସ୍ତା କଡ଼ରେ ଥିବା ଡମ୍ପର ସହ ଧକ୍କା ହୋଇଛି । ଆଜି ଭୋରୁ ମହିଆର ଜିଲ୍ଲାର ନାଦାନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସି ଆଭା ଟ୍ରାଭେଲ୍ସର ଏକ ଲଗ୍ଜୁରୀ ବସ୍ ରାସ୍ତା ପାର୍ଶ୍ୱରେ ଛିଡା ହୋଇ ରହିଥିବା ଏକ ପଥର ଲୋଡ୍ ଡମ୍ପରକୁ ପଛପଟୁ ଧକ୍କା ଦେଇଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୦ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)