କନକ ବ୍ୟୁରୋ : ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଅତିଶୀ ମର୍ଲେନାଙ୍କ ଉପରେ କାହିଁକି ବିଶ୍ୱାସ କରିଲା ଆମ ଆଦମୀ ପାର୍ଟି ? ରେସରେ ଅନେକ ଦକ୍ଷ ଓ ପୁରୁଣା ଚେହେରା ଥିଲେ ବି କାହିଁକି ତାଙ୍କ ନାଁରେ ବାଜିଲା ମୋହର । ଏଭଳି ପ୍ରଶ୍ନ ଭିତରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆତିଶୀ ମାର୍ଲେନା ।
ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ଆତିଶୀଙ୍କ ପାଇଁ ୪ ଚ୍ୟାଲେଞ୍ଜ
୧. ଆପ ସରକାରର ଛବି
ଆପର ଲୋକପ୍ରିୟତା ବଜାୟ ରଖିବା ଆତିଶୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ
କେଜରିୱାଲଙ୍କ କାଠପୁତ୍ତଳି ବୋଲି ସନ୍ଦେଶ ନ ଯିବା ଦରକାର
ସରକାର-ଦଳ ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରିବା
୨. ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ମଧ୍ୟରେ ସମନ୍ୱୟ
ଆପର ବରିଷ୍ଠ ସହଯୋଗୀଙ୍କୁ ଓ ମନ୍ତ୍ରୀଙ୍କୁ ଭରସାରେ ନେବା
ସଂଜୟ ସିଂ, ରାଘବ ଚଢା, ଗୋପାଳ ରାୟ, ସୌରଭ ଭରଦ୍ୱାଜ ଭଳି ନେତାଙ୍କ ବିଶ୍ୱାସ ଜିତିବା
୩. ବିରୋଧୀଙ୍କ ଟାର୍ଗେଟରେ ରହିବେ ଆତିଶୀ
କେଜରିୱାଲଙ୍କ ପରିବର୍ତ୍ତେ ବିରୋଧୀ ଆତିଶୀଙ୍କୁ ଟାର୍ଗେଟ କରିବେ
ସରକାରଙ୍କ ସବୁ କାର୍ୟ୍ୟ ପାଇଁ ଆତିଶୀଙ୍କୁ ଉତ୍ତର ଦେବାକୁ ପଡ଼ିବ
୪. ଜନତାଙ୍କୁ ଜବାବ ଦେବେ ଆତିଶୀ
ଆପ ପ୍ରତିଶ୍ରୁତି ପାଳନ ନ କଲେ ଆତିଶୀଙ୍କୁ ଜବାବ ଦେବାକୁ ହେବ
୨ ବର୍ଷ ହେଲା ଦିଲ୍ଲୀରେ ବିକାଶ କାମ ଠପ୍ ହୋଇଯାଇଛି
ଗରମ ଦିନରେ ଜଳ ସମସ୍ୟା ବଢ଼ିଛି
ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି
ସ୍ୱରେଜ ସିଷ୍ଟିମ ଖରାପ ହୋଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/rcTXogrewI5hJznQrrym.jpg)