କନକ ବ୍ୟୁରୋ: ନୂଆ ପେନସନ ଯୋଜନା(ୟୁପିଏସ)କୁ ନେଇ ବିବାଦ ଲାଗିରହିଥିବା ବେଳେ ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ଏହି ନୂଆ ଯୋଜନାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ୟୁପିଏସ୍ ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ ସରକାର ଏହି ନୂଆ ପେନସନ ଯୋଜନା ଲାଗୁ କରିବାକୁ ଘୋଷଣା କରିଛି। ୨୦୨୫ ମାର୍ଚ୍ଚ ମାସରୁ ନୂଆ ଯୋଜନା ଲାଗୁ କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ମହାରାଷ୍ଟ୍ରରେ ଆସନ୍ତା ଅକ୍ଟୋବର ମାସରେ ବିଧାନସଭା ନିବାଚନ ହେବାକୁ ଅଛି। ଏହା ପୂର୍ବରୁ ଏଭଳି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ଏହି ନୂଆ ପେନସନ ସ୍କିମ ଆସନ୍ତା ଏପ୍ରିଲ ମାସରୁ ଲାଗୁ କରିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହାଦ୍ବାରା ୨୩ ଲକ୍ଷ ସରକାରୀ ଚାକିରିଆ ଉପକୃତ ହେବେ। ଯେଉଁମାନେ ୨୫ ବର୍ଷ କାମ କରିଥିଲେ ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛି କଂଗ୍ରେସ। ଲୋକସଭା ନିର୍ବାଚନରେ ବିଫଳ ହେବା ପରେ ବିଜେପି ୟୁ-ଟର୍ଣ୍ଣ କରିଥିବା କହିଛନ୍ତି କଂଗ୍ରେସ ନେତା ମଣିକ୍ରମ ଟାଗରେ।
ପ୍ରଥମ ରାଜ୍ୟ ଭାବେ ନୂଆ ପେନସନ ଯୋଜନା ଲାଗୁ କରିବ ମହାରାଷ୍ଟ୍ର: କେନ୍ଦ୍ର ସରକାରଙ୍କ ଘୋଷଣାର ୨୪ ଘଣ୍ଟା ଭିତରେ ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍
ନୂଆ ପେନସନ ଯୋଜନା(ୟୁପିଏସ)କୁ ନେଇ ବିବାଦ ଲାଗିରହିଥିବା ବେଳେ ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ଏହି ନୂଆ ଯୋଜନାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।
/kanak/media/media_files/VdJ044kyrnTdMi3mkV3t.jpg)