କନକ ବ୍ୟୁରୋ : ମହାରାଷ୍ଟ୍ରରେ ମହାୟୁତିର ଅଦଭୁତ ସଫଳ ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ବିଜେପି ନେତା ଦେବେନ୍ଦ୍ର ଫଡନଭିସ ଓ ଶିବସେନା ନେତା ଏକନାଥ ସିନ୍ଦେଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ପାଇଁ ବିଜେପି ପାଇଁ କାଠିକର ପାଠ ହେଉଛି । ଏହି ଦୁଇଜଣଙ୍କ ମଧ୍ୟରୁ ଏନସିପି ଅଜିତ ପାୱାର ଯାହାକୁ ସମର୍ଥନ କରିବେ ସେହି ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଛି ।

Advertisment

କିଏ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ? ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ନା ଶିବସେନାର ଏକନାଥ ସିନ୍ଦେ ? ସର୍ବାଧିକ ୧୨୩ ଆସନ ଜିତିଥିବା ରାଜ୍ୟ ବିଜେପି ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଛି । ଅନ୍ୟପକ୍ଷରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମହାୟୁତିର ଅଦଭୁତ ପୂର୍ବ ସଫଳତାକୁ ଆଧାର କରି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରଖିବାକୁ ଚାହୁଁଛି ଶିବାସନା । ମହାୟୁତି ଅର୍ନ୍ତଗତ ୩ଦଳ ମଧ୍ୟରୁ ବିଜେପି ସର୍ବାଧିକ ୧୨୩, ଶିବସେନା ୫୭, ଏନସିପି ୪୧ ଆସନ ପାଇଛନ୍ତି । ଏହି ଦୃଷ୍ଟିରୁ ୨୮୮ ଆସନ ବିଶିଷ୍ଠ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ବିଜେପି ସର୍ବାଧିକ ୨୧ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି । ଯାହା ମହାୟୁତିର ଅନ୍ୟ ମେଣ୍ଟ ଦଳ ଯଥା ଶିବସେନା କିମ୍ବା ଏନସିପି ଦ୍ୱାରା ହୋଇପାରିବ ।

ଏଭଳି ସ୍ଥିତିରେ ଏନସିପିର ଅଜିତ ପାୱାରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ନିଜେ ମରାଠା ହୋଇଥିବାରୁ ଅଜିତ ପାୱାର ଆଉ ଏକ ମରାଠା ଏକନାଥ ସିନ୍ଦେଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନଚାହିଁବା ସ୍ୱାଭାବିକ । ତେଣୁ ଅଜିତ ପାୱାରଙ୍କ ବ୍ରାହ୍ମଣ ଦେବେନ୍ଦ୍ର ଫଡନାଭିସଙ୍କୁ ସମର୍ଥନ ଦେବା ନେଇ ବହୁ ଅଧିକ ସମ୍ଭାବନା ରହିଛି ।

ମାତ୍ର ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ରୂପରେ ଚୟନ କରିବା ବିଜେପି ନେତୃତ୍ୱ ପାଇଁ ଏତେ ସୁବିଧାନଜକ ହୋଇନପାରେ । ନିଜର ଅଧିକ ବିଧାୟକ ଥିଲେ ବି ଗତ ୨ବର୍ଷ ଧରି ବିଜେପି ନେତୃତ୍ୱ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସ୍ୱୀକାର କରିଆସିଛି । ନିଜର ସମର୍ଥନ ନଥିବା ସତ୍ତ୍ୱେ ଦେବେନ୍ଦ୍ର ଫଡନାଭିସ ଏଭଳି ସ୍ଥିତିକୁ ବାଧ୍ୟ ହୋଇ ମାନିଛନ୍ତି । ଆଗାମୀ ଦିନରେ ମୁମ୍ବାଇ ମୁନିସପାଲ କରପୋରେସନ ନିର୍ବାଚନ ହେବାକୁ ଯାଉଛି । ଏତତ୍ ବ୍ୟତିତ ମେଣ୍ଟ ସାଥୀଙ୍କୁ ନେଇ ଚାଲିବାରେ ବିଜେପି ଆଦର୍ଶ ସୃଷ୍ଟି କରିବାକୁ ଚାହୁଁଛି । ଏଭଳି ପରିସ୍ଥିତିରେ ନିଜର ଦଳର ଦେବେନ୍ଦ୍ର ଫଡନାଭିସ ଓ ଶିବସେନା ଏକନାଥ ସଦେଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ବିଜେପି ତୁଙ୍ଗ ନେତୃତ୍ୱ ପାଇଁ ଚ୍ୟାଲେଞ୍ଜ ହେବ ।