କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ବାହାରିବା ଗୋଟିଏ ସପ୍ତାହ ପରେ ମଧ୍ୟ ମହାରାଷ୍ଟ୍ରର ପରବର୍ତ୍ତୀ ସରକାର ଗଠନ ହୋଇପାରିନାହିଁ । ବର୍ତ୍ତମାନର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଗାମୀ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାନ୍ତି । ଯାହାଫଳରେ ସରକାର ଗଠନ ନେଇ କୌଣସି ନିଷ୍ପତ୍ତି ହୋଇପାରୁନି ।

Advertisment

ଦେହ ଖରାପ ଆଳ ଦେଖାଇ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସତରାରେ ଥିବା ନିଜ ଗାଁରେ ଅଛନ୍ତି । ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଠନ ନେଇ ମହାୟୁତି ମେଣ୍ଟ ମଧ୍ୟରେ ଥିବା ବୈଠକ ଦୁଇଦିନ ହେଲାଣି ହୋଇପାରୁନାହିଁ । ବିଜେପି ନିଜ ପାଖରେ ମୁଖ୍ୟମନ୍ତ୍ରୀ ପଦ ରଖି ଅନ୍ୟ ଦୁଇଟି ଉପମୁଖ୍ୟମନ୍ତ୍ରୀ ପଦ ଶିବସେନା ଓ ଏନସିପିର ଯଥାକ୍ରମେ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କୁ ଦେବାକୁ ଚାହୁଁଛି ।

ମାତ୍ର ଅଢ଼େଇ ବର୍ଷ ଧରି ମହାରାଷ୍ଟ୍ର ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିବା ଏକନାଥ ସିନ୍ଦେ ଏବେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ରାଜି ନାହାଁନ୍ତି । ଏପରିକି ସେ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ମଧ୍ୟ ଚାହୁଁନାହାନ୍ତି । ସେଥିପାଇଁ ସେ ଶିବସେନାର ଅନ୍ୟ କାହାରିକୁ କିମ୍ବା ନିଜ ପୁଅ ଶ୍ରୀକାନ୍ତ ସିନ୍ଦଙ୍କ ନାଁ ସୁପାରିଣ କରିଥିବାର ଜଣାପଡ଼ିଛି ।
ଅନ୍ୟପକ୍ଷରେ ମେଣ୍ଟ ମନ୍ତ୍ରୀମଣ୍ଡଳରେ ଏକନାଥଙ୍କ ସାମିଲ ନହେବା ପରିଣାମ ବିଜେପି ଜାଣିଛି । ତେଣୁ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ମନେଇବାରେ ଲାଗିଛି ।

ସିନ୍ଦେଙ୍କୁ ମନାଉଛି ବିଜେପି
-ଗତ ଅଢ଼େଇବର୍ଷ ଧରି ଏକନାଥ ସିନ୍ଦେ ବିଜେପି ଅନୁସାରେ ଭଲ କାମ କରିଛନ୍ତି ।
-ତାଙ୍କ ନେତୃତ୍ୱରେ ଶିବସେନା ଉଦ୍ଧବ ଗୋଷ୍ଠୀକୁ ଭଲ ମୁକାବିଲା କରିପାରିଛି ।
-ମରାଠା ସଂରକ୍ଷଣ ପ୍ରସଙ୍ଗାର ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।
-ଅଜିତ ପାୱାରଙ୍କ ଭଲି ଚତୁର ମରାଠା ରାଜନେତାଙ୍କ ସହ ମୁକାବିଲା ପାଇଁ ବିଜେପି ଆଉ ଜଣେ ମରାଠର ସିନ୍ଦେଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛି । 
-କ୍ଷମତାକୁ ଆସିଲେ ବିଜେପି ତାର ମେଣ୍ଟ ସାଥୀଙ୍କୁ ଦୁବ୍ୟବହାର କରେ ବୋଲି ଧାରଣା ମଧ୍ୟ ବଦଳାଇବାକୁ ଚାହୁଁଛି ।

ଏପରିସ୍ଥଳରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଏକନାଥ ସିନ୍ଦେଙ୍କ ଭଲ ମୁଳଚାଲ କରିବା ସ୍ୱାଭାବିକ । ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଗୃହ, ନଗର ଉନ୍ନୟନ ତଥା ପୂର୍ତ୍ତ ବିଭାଗ ତାଙ୍କ ପାଖରେ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଭୁବନେଶ୍ୱରରେ ଚାଲିଥିବା ଡିଜି, ଆଇଜି ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ବ୍ୟସ୍ତ ଅଛନ୍ତି । ଏହା ପରେ ସମ୍ଭବତଃ ଡିସେମ୍ବର ୨ କତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନେଇ ଦେବେନ୍ଦ୍ର ଫଡନାଭିସଙ୍କ ନାଁରେ ମୋହର ବାଜିବା ସହ ଏକନାଥଙ୍କ ଭୂମିକା ନେଇ ମଧ୍ୟ ଚିତ୍ର ମିଳିବ ।