କନକ ବ୍ୟୁରୋ : ଖୁବଶୀଘ୍ର ଘୋଷଣା ହୋଇପାରେ ମହାରାଷ୍ଟ୍ର ନିର୍ବାଚନ ତାରିଖ। ଏଥିପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ଏବେଠାରୁ ଜନସଭା ଓ ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯାଇଛି। ମହାରାଷ୍ଟ୍ରରେଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀସେ କହିଛନ୍ତିଦଳିତଓ ପଛୁଆବର୍ଗଙ୍କୁ ଅପମାନିତ କରେ କଂଗ୍ରେସ ଓ ମହାଅଘାଡି ମେଂଟ । କଂଗ୍ରେସ କେବଳ ଲୁଟ କରି ଜାଣେଏବଂଗରିବକୁଅଧିକ ଗରିବ, ପଛୁଆବର୍ଗଙ୍କୁ ଅଧିକ ପଛରେ ରଖିବାକୁ ଚାହୁଁଛି । ଦେଶକୁ ଦୁର୍ବଳ ଓ ଗରିବ ଭାରତ ଗଢ଼ିବାକୁଚାହୁଁଛି ।

Advertisment

ସେପଟେ କୋହ୍ଲାପୁରରେରେ ବିଜେପି ସରକାରଙ୍କୁଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଦେଶରୁ ସଂରକ୍ଷଣ ହଟିବାଜରୁରୀ । ଏହାଦ୍ୱାରା ସମ୍ବିଧାନକୁ ରକ୍ଷା କରାଯାଇପାରିବ । ନିକଟରେମହାରାଷ୍ଟ୍ରରେ ନବନିର୍ମିତ ଶିବାଜୀମହାରାଜାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିଲା । ପୁରୁଣା ଘଟଣାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲଗାନ୍ଧୀ ।