କନକ ବ୍ୟୁରୋ : ଚଳନ୍ତା ସ୍କୁଟିରେ ଫଟୋ ପୋଜ ଦେଉଛି କୁନି ଝିଅ । ତାହା ପୁଣି ସିଧା ବସି ନୁହେଁ ବରଂ ଗାଡ଼ିରେ ଓଲଟା ବସି ଫଟୋ ପୋଜ ଦେଉଛି କୁନି ଝିଅ । ଦେଖିବାକୁ ଏହା ଅତି ସୁନ୍ଦର ଲାଗୁଥିଲେ ବି ଏହା ବିପଦଜନକ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓଟି କେଉଁ ସ୍ଥାନର ତାହା କିଛି ଜଣାପଡ଼ିନାହିଁ ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କୁନି ଝିଅଟି ଜଣେ ବ୍ୟକ୍ତିଙ୍କ ପଛରେ ସ୍କୁଟିରେ ବସି ଯାଉଛି । ବ୍ୟକ୍ତିଙ୍କ ପିଠି ଆଡ଼କୁ ମୁହଁ କରି ନ ବସି ଓଲଟା ବସିଥିବାରେ ଦେଖିବାକୁ ମିଳିଛି । ସ୍କୁଟି ପଛରେ ଯାଉଥିବା କାରରେ ବସିଥିବା ଲୋକ ଏହି ଭିଡିଓକୁ କଏଦ କରିଛନ୍ତି । ଝିଅଟି କାରର ଲାଇଟ ମୁହଁରେ ପଡିବା ବେଳେ ଫଟୋ ପୋଜ ଦେଉଥିବାର ଦେଖିବାକୁ ମିଳିଛି । ଭିନ୍ନ ଢଙ୍ଗୀରେ ଝିଅଟି ଫଟୋ ପୋଜ ଦେଉଛି । ଯାହା ଦେଖିବାକୁ ଅତି ସୁନ୍ଦର ଲାଗୁଥିଲେ ବି ବିପଦଜନକ ।

ଭିଡିଓକୁ ଲୋକେଶ ନାଇଡୁ ନାମକ ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମରେ ପକାଇଛନ୍ତି । ଯାହାକୁ ୪ କୋଟିରୁ ଅଧିକ ଲୋକ ଦେଖିସାରିଛନ୍ତି । ଅନେକ ଏହାକୁ ପସନ୍ଦ କରିଥିବା ବେଳେ ବହୁଜଣ କୁନି ଝିଅର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।