କନକ ବ୍ୟୁରୋ : କୁରୁକ୍ଷେତ୍ର ପାଲଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲା କୋର୍ଟ । ଜଣେ ବିଚାରପତି ଏବଂ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ପରେ କୋର୍ଟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଥିଲା ଯେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଓକିଲମାନେ ବିଚାରପତିଙ୍କ ଚାମ୍ବରକୁ ଯାଇ ପାଟିତୁଣ୍ଡ କରିବା ସହ ହୋହଲ୍ଲା କରିଥିଲେ । ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି ।
ଭିଡିଓରେ ପୁଲିସ ଚେୟାର୍ ଏବଂ ପାଇପ୍ ଉଠାଇବା ସହ କିଛି ଲୋକଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି । ଏଥିସହ ଓକିଲମାନଙ୍କୁ ମଧ୍ୟ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରିଥିଲା ପୁଲିସ । ଶେଷରେ ଅର୍ଦ୍ଧସାମରିକ ବଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ, ଏକ ଜାମିନ ଆବେଦନର ଶୁଣାଣି ସମୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହି ମାମଲାର ଶୁଣାଣି ସମୟରେ ଓକିଲ ଏବଂ ବିଚାରପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କୋର୍ଟରେ ହେଉଥିବା ଏହି ସାଧାରଣ ଯୁକ୍ତିତର୍କ ଉଗ୍ରରୂପ ନେଇଛି । ଏଥିରେ ଅନେକ ଓକିଲ ଆହତ ହୋଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବାର୍ ଆସୋସିଏସନର ତୁରନ୍ତ ଏକ ବୈଠକ ଡାକିଛି । ସେପଟେ ଓକିଲମାନେ ସୁରକ୍ଷାକର୍ମୀ ସେମାନଙ୍କ ବିରୁଦ୍ଧରେ ନେଇଥିବା କାର୍ୟ୍ୟାନୁଷ୍ଠାନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/29/I6EKYMQIjzz7WLSrykDp.jpg)