ଦିଦିଙ୍କ ବିରୋଧରେ ବିଜେପିର ହଲ୍ଲାବୋଲ; ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ

Advertisment

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ରହିବ ପଶ୍ଚିମବଙ୍ଗ। ସେପଟେ ଏହି ବନ୍ଦ ପାଳନକୁ ଅନୁମତି ଦିଆଯିବ ନାହିଁ ବୋଲି ମମତା ବାନାର୍ଜୀ ସରକାର ଘୋଷଣା କରିଛନ୍ତି। ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ସାମିଲ ନହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ପଶ୍ଚିମବଙ୍ଗ ସରକାର।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ରହିବ ପଶ୍ଚିମବଙ୍ଗ। ସେପଟେ ଏହି ବନ୍ଦ ପାଳନକୁ ଅନୁମତି ଦିଆଯିବ ନାହିଁ ବୋଲି ମମତା ବାନାର୍ଜୀ ସରକାର ଘୋଷଣା କରିଛନ୍ତି। ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ସାମିଲ ନହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ପଶ୍ଚିମବଙ୍ଗ ସରକାର।

Mamata Banerjee 1

କନକ ବ୍ୟୁରୋ : କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟାକୁ ନେଇ ସବୁଠି ଆକ୍ରୋଶ। ଏହାର ପ୍ରତିବାଦରେ ମଙ୍ଗଳବାର କୋଲକାତାରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସଚିବାଳୟ 'ନବାନ୍ନ' ଅଭିମୁଖେ ଯାଉଥିବା ବିକ୍ଷୋଭକାରୀଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଥିଲା। ପୁଲିସର କାର୍ୟ୍ୟାନୁଷ୍ଠାନ ବିରୋଧରେ ଆଜି ୧୨ ଘଣ୍ଟିଆ ବେଙ୍ଗଲ ବନ୍ଦ ଡାକରା ଦେଇଛି ବିଜେପି।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ରହିବ ପଶ୍ଚିମବଙ୍ଗ। ସେପଟେ ଏହି ବନ୍ଦ ପାଳନକୁ ଅନୁମତି ଦିଆଯିବ ନାହିଁ ବୋଲି ମମତା ବାନାର୍ଜୀ ସରକାର ଘୋଷଣା କରିଛନ୍ତି। ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ସାମିଲ ନହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ପଶ୍ଚିମବଙ୍ଗ ସରକାର। ବନ୍ଦ ଯୋଗୁଁ ଯେପରି ସାଧାରଣ ଜୀବନଯାତ୍ରା ପ୍ରଭାବିତ ନହୁଏ, ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା କହିଛନ୍ତି ଯେ, ବୁଧବାର କୌଣସି ବନ୍ଦକୁ ସରକାର ଅନୁମତି ଦେବେ ନାହିଁ। ଏଥିରେ ଭାଗ ନ ନେବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ପରିବହନ ସେବା ପୂର୍ବଭଳି ଚାଲୁ ରହିବ ଏବଂ ଦୋକାନ, ବଜାର ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରଖିବାକୁ କୁହାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା।

ସେହିପରି ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମଧ୍ୟ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଏନେଇ ପଶ୍ଚିମବଙ୍ଗ ସରକାର ବିଜେପିକୁ ନୋଟିସ୍ ଜାରି କରିଛନ୍ତି। ଏହାସହ ଯେଉଁ ସରକାରୀ କର୍ମଚାରୀ କାର୍ୟ୍ୟାଳୟ ଆସିବେ ନାହିଁ, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି କୁହାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଓ ରାଜ୍ୟ ସଚିବାଳୟ ଅଭିମୁଖେ ପଦଯାତ୍ରା ବେଳେ ଗିରଫ ହୋଇଥିବା ଛାତ୍ରଙ୍କ ମୁକ୍ତି ଦାବି କରିଛି ବିଜେପି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe