ବିଦେଶରେ କ’ଣ କହିଥିଲେ ରାହୁଲ ? କାହା ସପକ୍ଷରେ ଅଛନ୍ତି ଜେନ୍-ଜି?

ରାହୁଲ କଲମ୍ବିଆରେ ଭାରତର ଇଞ୍ଜିନିୟରିଂ ଏବଂ ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରିବା ସହ ଗଣତନ୍ତ୍ରକୁ ନେଇ ସମାଲୋଚନା କହିଥିଲେ, ‘ଇଞ୍ଜିନିୟରିଂ ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ଭାରତ ପାଖରେ ଦୃଢ଼ କ୍ଷମତା ଅଛି, କିନ୍ତୁ ଦେଶ ଗଠନରେ ତ୍ରୁଟି ରହିଛି ଯାହାକୁ ସଂଶୋଧନ କରିବାକୁ ପଡ଼ିବ ।

Kiren Rijiju attacks Rahul Gandhi

Photograph: (Kanak News)

କନକ ବ୍ୟୁରୋ : କଲମ୍ବିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍‌ଜୁ ବିରୋଧୀ ଦଳ ନେତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ‘ବିଦେଶରେ ଦେଶ ବିରୁଦ୍ଧରେ କହିବାରେ ରାହୁଲ ଗାନ୍ଧୀ ପ୍ରଥମ ବିରୋଧୀ ଦଳ ନେତା’ ବୋଲି କହିଛନ୍ତି ରିଜ୍‌ଜୁ । ଇନ୍ଦିରା ଗାନ୍ଧୀଙ୍କ ଉଦାହରଣ ଦେଇ ରିଜଜୁ କହିଛନ୍ତି ତାଙ୍କ ଜେଜେମାଙ୍କ ବିଦେଶ ଗସ୍ତ ସମୟରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଷୟରେ ପଚରାଯାଇଥିଲା । କିନ୍ତୁ ସେ ଦେଶ ଏବଂ ସରକାର ବିଷୟରେ କିଛି କହିବାକୁ ମନା କରିଦେଇଥିଲେ । ଏଥିସହ ରିଜଜୁ ପ୍ରଶ୍ନ କରି କହିଛନ୍ତି, ମୋତେ ଏପରି ଜଣେ ବିରୋଧୀ ଦଳ ନେତା ଦେଖାନ୍ତୁ ଯିଏ ବିଦେଶ ଯାଇ ଦେଶ କିମ୍ବା ସରକାରଙ୍କ ବିରୁଦ୍ଧରେ ବୟାନ ଦେଇଛନ୍ତି ? ରାହୁଲ ଗାନ୍ଧୀ ହେଉଛନ୍ତି ପ୍ରଥମ ।

ରାହୁଲ କଲମ୍ବିଆରେ ଭାରତର ଇଞ୍ଜିନିୟରିଂ ଏବଂ ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରିବା ସହ ଗଣତନ୍ତ୍ରକୁ ନେଇ ସମାଲୋଚନା କହିଥିଲେ, ‘ଇଞ୍ଜିନିୟରିଂ ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ଭାରତ ପାଖରେ ଦୃଢ଼ କ୍ଷମତା ଅଛି, କିନ୍ତୁ ଦେଶ ଗଠନରେ ତ୍ରୁଟି ରହିଛି ଯାହାକୁ ସଂଶୋଧନ କରିବାକୁ ପଡ଼ିବ । ଗଣତନ୍ତ୍ର ଉପରେ ଆକ୍ରମଣ ଭାରତ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ । ସେପଟେ ଯୁବବର୍ଗ ତଥା ଜେନ-ଜିଙ୍କ ସମର୍ଥନ ତାଙ୍କ ପ୍ରତି ଥିବା ନେଇ ରାହୁଲଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରିଜଜୁ । କହିଛନ୍ତି, ଜେନ-ଜି ମୋଦୀଙ୍କ ସହ ଅଛନ୍ତି ।

ରିଜଜୁଙ୍କ ବୟାନକୁ ନେଇ କଂଗ୍ରେସ ତୀବ୍ର ସମାଲୋଚନା କରିଛି । ଦଳର ସଂଗଠନ ସଚିବ କେ.ସି. ଭେନୁଗୋପାଳ କହିଛନ୍ତି, ବିଜେପି ଅଭ୍ୟାସଗତ ଭାବେ ବିରୋଧୀ ଦଳକୁ ନିଜର ବିଫଳତା ପାଇଁ ଦୋଷ ଦିଏ । ୨୦୧୪ ପୂର୍ବରୁ ମୋଦୀ ବିଦେଶରେ ଯେଉଁ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲେ, ତା’ର ସଂଶୋଧନ କରିବା ପାଇଁ କାର୍ଯ୍ୟ କରନ୍ତୁ ସେମାନଙ୍କ ପାଇଁ ଭଲ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe