କନକ ବ୍ୟୁରୋ : ୧୯୯୯, ଜୁଲାଇ ୨୬ । କାରଗିଲ ବିଜୟ ଦିବସ । ପ୍ରାୟ ୨ ମାସ ଧରି କାରଗିଲର ଉଚ୍ଚ ଶୀଖର ପାହାଡ଼ରେ ଶତ୍ରୁ ରାଷ୍ଟ୍ର ସହ ଲଢ଼େଇ କରି ଏହି ଦିନରେ ବିଜୟ ହାସଲ କରିଥିଲେ ଭାରତୀୟ ସେନା । ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍ରେ କବ୍ଜା ଜମାଇ ଥିବା ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ପତାକା ଉଡ଼ାଇଥିଲେ ଭାରତୀୟ ସେନା । ସେଥିପାଇଁ ପ୍ରତି ବର୍ଷ ଜୁଲାଇ ୨୬କୁ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରାଯାଉଛି ।
ଜମ୍ମୁ-କାଶ୍ମୀର, ଲଦାଖ ଠାରୁ ଆରମ୍ଭ କରି ଦେଶର ଭିନ୍ନ ଭିନ୍ନ ସ୍ଥାନରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । କାରଗିଲ ଯୁଦ୍ଧରେ ଅନେକ ବୀର ଯବାନ ସହିଦ ହୋଇଥିଲେ । କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ, କ୍ୟାପ୍ଟେନ ବିକ୍ରମ ବତ୍ରା, କ୍ୟାପ୍ଟେନ୍ ଅମୋଲ କାଲିଆ, ଲେଫ୍ଟନାଣ୍ଟ ବଲୱାନ ସିଂ ଭଲି ଅନେକ ବୀର ଯବାନ ପାକ୍ ସେନା ସହ ଲଢ଼େଇରେ ସହିଦ ହୋଇଥିଲେ । ଏହି ବୀରଙ୍କୁ ମନେ ପକାଇ ଆଜି ସାରା ଦେଶରେ ବିଜୟ ଦିବସ ପାଳିତ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/26/kargil-2025-07-26-08-37-38.jpg)