କନକ ବ୍ୟୁରୋ: ଅଭିନୟରୁ କିଛି ଦିନ ବିରତି ନେବେ କମଲ ହାସନ । ସାଉଥ ସୁପରଷ୍ଟାର କୌଣସି ଅସୁସ୍ଥତା ବା ଅନ୍ୟ କୌଣସି ପ୍ରୋଜେକ୍ଟ ପାଇଁ ନୁହେଁ ପାଠପଡା ପାଇଁ ବିରତି ନେବାକୁ ଯାଉଛନ୍ତି । ସୂଚନା ଅନୁସାରେ ଆମେରିକା ଯିବେ କମଲ ଓ ସେଠାରେ ୩ମାସର ଏକ କୋର୍ସ କରିବେ । ଏଆଇ କୋର୍ସ ପାଇଁ ଅଭିନେତା ଆମେରିକାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଆଡମିଶନ ନେଇଛନ୍ତି । ଅଭିନୟ ଯୋଗୁଁ କମଲଙ୍କ ପାଠପଡାରେ ଅଧାରୁ ଡୋରି ବନ୍ଧା ହୋଇଥିଲା । ଅଭିନୟ ପାଇଁ ସେ କଲେଜ ଅଧାରୁ ଛାଡିଥିଲେ । ଅନ୍ୟପଟେ ସଙ୍ଗୀତ ପ୍ରତି ଅଧିକ ରୁଚି ରଖୁଥବା କମଲ ମ୍ୟୁଜିକର ଏକ ସ୍ପେଶାଲ କୋର୍ସ କରିଛନ୍ତି ।
ପାଠପଢ଼ା ପାଇଁ ଫିଲ୍ମରୁ ବ୍ରେକ୍ । ପାଠ ପଢ଼ିବେ ସାଉଥ ସୁପରଷ୍ଟାର କମଲ ହାସନ ।
ଅଭିନୟ ଯୋଗୁଁ କମଲଙ୍କ ପାଠପଡାରେ ଅଧାରୁ ଡୋରି ବନ୍ଧା ହୋଇଥିଲା । କମଲ ମ୍ୟୁଜିକର ଏକ ସ୍ପେଶାଲ କୋର୍ସ କରିଛନ୍ତି ।
/kanak/media/media_files/HAaMYnvRc4PD7zvKct4h.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)