କନକ ବ୍ୟୁରୋ : ଓଡ଼ିଶାରେ ଇଭି ଏବଂ ଇଭି ବ୍ୟାଟେରୀ କାରଖାନା ସ୍ଥାପନ ନେଇ ୨୦୨୨ରେ ଚୁକ୍ତି କରିଥିଲା ଜେଏସଡବ୍ଲୁ । ଚୁକ୍ତି ଅନୁସାରେ କଟକରେ ଇଣ୍ଟିଗ୍ରେଟେଡ୍‌ ଇଲେକ୍‌ଟ୍ରିକ୍ ଭେଇକିଲ ଓ ପାରାଦ୍ୱୀପରେ ଇଭି ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରହିଥିଲା । ଏଥିପାଇଁ ୪୦ ହଜାର କୋଟି ଟଙ୍କା ନିବେଶ କରିଥାନ୍ତା ଜିନ୍ଦଲ ସାଉଥ ୱେଷ୍ଟ କମ୍ପାନି ।

Advertisment

ହେଲେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲା ଓଡ଼ିଶାରୁ ଏହି ପ୍ରକଳ୍ପ ସ୍ଥାନାନ୍ତର କରିପାରେ କମ୍ପାନି । ମହାରାଷ୍ଟ୍ରର ଔରଙ୍ଗାବାଦ ଓ ନାଗପୁରରୁକୁ ପ୍ରକଳ୍ପ ସ୍ଥାନାନ୍ତର କରିପାରେ କମ୍ପାନି । ଜାତୀୟ ଗଣମାଧ୍ୟମର ଖବରକୁ ଖଣ୍ଡନ କରିଛି ଜେଏସଡବ୍ଲୁ । କମ୍ପାନିର କାର୍ୟ୍ୟକାରୀ ଉପସଭପତି ରଞ୍ଜନ ନାୟକ ଏନେଇ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ୪୦ ହଜାର କୋଟି ନିବେଶ ହେବାକୁ ଥିବା ଦୁଇଟିଯାକ ପ୍ରକଳ୍ପରୁ ଔଝଡ ଓହରି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ମଧ୍ୟ ଜାତୀୟ ଗଣମାଧ୍ୟମ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ପ୍ରକଳ୍ପ ସ୍ଥାନାନ୍ତର ନେଇ କମ୍ପାନି କୌଣସି ନିଷ୍ପତ୍ତି ନେଇନଥିବା କରିଛନ୍ତି । ବିରୋଧୀ ବିଜେଡି କିନ୍ତୁ ଏହି ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିବା ଆରମ୍ଭ କରିଛି ।

ପୂର୍ବ ବିଜେଡି ସରକାର ଅମଳରେ ବହୁ ଚର୍ଚ୍ଚିତ ପୋସ୍କୋ ଓ ମିତ୍ତଲ କମ୍ପାନି ଓଡ଼ିଶାରେ ପ୍ରସ୍ତାବିତ ପ୍ରକଳ୍ପ ପ୍ରତିଷ୍ଠା କରିପାରିନଥିଲେ । ତେଣୁ JSW ଓହରିଯାଉ ବୋଲି ଚାହୁଁନାହାନ୍ତି ବର୍ତ୍ତମାନର ବିଜେପି ସରକାର । ଆଉ ଏଦିଗରେ ବେଶ ସତର୍କତାର ସହ ଆଗକୁ ବଢୁଛନ୍ତି ।