କନକ ବ୍ୟୁରୋ : ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ଅଭିଯୁକ୍ତ । ଜଙ୍ଗଲରୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ପରେ ସାମ୍ନାକୁ ଆସିଲା ଘଟଣା । ମୃତ ଯୁବତୀ ଜଣକ ୨୪ ବର୍ଷୀୟ ଗାଙ୍ଗୀ କୁମାରୀ ବୋଲି ଜଣାପଡ଼ିଛି । ପୋଲିସ ଅଭିଯୁକ୍ତ ନରେଶ ଭେଙ୍ଗ୍ରାକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisment

ଅଭିଯୁକ୍ତ ଓ ମୃତ ଯୁବତୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା । ଉଭୟ କିଛି ବର୍ଷ ହେବ ଲିଭ୍‌ ଇନରେ ରହୁଥିବା ମଧ୍ୟ ଜାଣିବାକୁ ପାଇଛି ପୋଲିସ । ମାତ୍ର ନରେଶ ପୀଡିତାଙ୍କ ଅଜାଣତରେ ଖୁଣ୍ଟିର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । ପ୍ରେମିକା ଏହା ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେଣୁ ପ୍ରେମିକାକୁ ରାସ୍ତାରୁ ହଟାଇବାକୁ ଅଭିଯୁକ୍ତ ନରେଶ ଗାଙ୍ଗୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।

ଆଉ ପୋଲିସଠାରୁ ବର୍ତ୍ତିବା ପାଇଁ ଯୁବତୀଙ୍କୁ ୫୦ ଖଣ୍ଡ କରି ଜଙ୍ଗଲରେ ଫୋପାଡ଼ି ଦେଇଥିଲା । ହତ୍ୟାକାଣ୍ଡର ୧୫ ଦିନ ପରେ ଘଟଣା ସାମ୍ନାକୁ ଆସିଛି । ମୃତଦେହ ନିକଟରୁ ଯୁବତୀଙ୍କ ବ୍ୟାଗ, ଆଧାରକାର୍ଡ ମିଳିବା ପରେ ଯୁବତୀଙ୍କ ପରିବାର ଲୋକ ତାଙ୍କୁ ଚିହ୍ନଟ କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ।