କନକ ବ୍ୟୁରୋ : ହେମନ୍ତ ସୋରେନଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ଝାଡ଼ଖଣ୍ଡ ନୂଆ ମନ୍ତ୍ରୀମଣ୍ଡଳରେ ୪ଟି କ୍ୟାବିନେଟ ପଦବୀ ପାଇଁ କଂଗ୍ରେସ ଦାବି କରିଛି ।ଆଗାମୀ ୨୮ତାରିଖରେ ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
ସଦ୍ୟ ବିଧାନସଭା ନିର୍ବାଚନରେ ଇଣ୍ଡିମେଣ୍ଟ ଅର୍ନ୍ତଭୁକ୍ତତ ଜେଏମଏମ ସର୍ବାଧିକ ୩୪ଟି, କଂଗ୍ରେସ ୧୬ଟି, ଆରଜେଡି ୪, ସିପିଆଇଏମଏଲ ୨ଟି ଆସନରେ ଜିତିଛନ୍ତି । ଗତଥର ଅପେକ୍ଷା ଜେଏମଏମ ଅଧିକ ୪ ଆସନ ଜିତିଛି । ଏହି ଦୃଷ୍ଟିରୁ ମଯଣ୍ଟ ସାଥୀ କଂଗ୍ରେସ ତାର ମନ୍ତ୍ରୀ ସଂଖ୍ୟା କମ ହେବାର ଆଶଙ୍କାରେ ଅଛି । ତେଣୁ ଏବେଠାରୁ ଗତଥର ଫମୁର୍ଲାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛି ଜେଏମଏମ ।
ଗତ ୨୦୧୯ ନିର୍ବାଚନରେ ଜେଏମଏମ ୩୦, କଂଗ୍ରେସ ୧୬ଟି ଆସନରେ ବିଜୟୀ ହୋଇଥିଲା । ମୁଖ୍ୟମନ୍ତ୍ରୀ ସମେତ ଝାଡ଼ଖଣ୍ଡରେ ସର୍ବାଧିକ ୧୨ଜଣ ମନ୍ତ୍ରୀ ରହିପାରିବେ । ଏହି ଦୃଷ୍ଟିରୁ ହେମନ୍ତଙ୍କ ଗତ ମନ୍ତ୍ରୀମଣ୍ଡଳ ଭଳି ଏଥରକ ମଧ୍ୟ ୬-୪-୧ ଅନୁପାତରେ ମନ୍ତ୍ରୀମଣ୍ଡଳ ଗଠନ ହୋଇପାରେ । ୨୦୧୯ ବିଧାନସଭା ନିର୍ବାଚନରେ ଜେଏମଏମ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ୪୬ଟି ବିଧାନସଭା ଆସନରେ ବିଜୟୀ ହୋଇ ହେମନ୍ତଙ୍କ ନେତୃତ୍ୱରେ ମନ୍ତ୍ରୀମଣ୍ଡଳ ଗଠନ କରିଥିଲା ।
ସେହି ସମୟରେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୦ ଆସନ ଜିତିପାରିଥିଲେ । ମାତ୍ର ଏଥରକ ବିଧାନସଭା ନିର୍ବାଚନରେ ଇଣ୍ଡିମେଣ୍ଟ ଗତଥର ଅପେକ୍ଷା ୯ଟି ଆସନ ଅଧିକ ପାଇଛି । ସେହି ଅନୁପାତରେ ଏନଡିଏ ମେଣ୍ଟ ମାତ୍ର ୨୪ଟି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/25/x2WsRS6gg2W7Z02JHH7A.jpg)