କନକ ବ୍ୟୁରୋ : ଜାପାନରେ ଶକ୍ତିଶାଳୀ ଭୂମିକମ୍ପ । ଜାରି ହେଲା ସୁନାମୀ ଆଲର୍ଟ । ଉତ୍ତର ତଟରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ଆଓମୋରି, ହୋଂସୁ ଦ୍ୱୀପ ଓ ହୋକାଇଡୋ ଦ୍ୱୀପ ନିକଟରେ ଭୂମିକମ୍ପ  ଅନୁଭୂତ ହୋଇଛି । ଏହାପରେ ତଟବର୍ତ୍ତୀ ଅଞ୍ଚଳରେ ୧୦ ଫୁଟ୍ ଉଚ୍ଚର ସୁନାମୀ ଆସିପାରେ ବୋଲି ସତର୍କ ସୂଚନା ଜାରି ହୋଇଛି ।

Advertisment

ଆଓମୋରି ସହରର ହୋଟେଲରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି । ସ୍ଥାନୀୟ ଅଞ୍ଚଳରେ ଥିବା ଆଣବିକ କେନ୍ଦ୍ର ଗୁଡ଼ିକରେ ନିରାପତ୍ତା ଯାଞ୍ଚ ଚାଲିଛି ।