ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ; ମେଡିକାଲ କଲେଜରୁ ଏକେ-୪୭ ରାଇଫଲ୍ ସହ ୩୫୦ କିଲୋଗ୍ରାମ୍ ବିସ୍ଫୋରକ ଜବତ

ପୂର୍ବରୁ ଜମ୍ମୁ ଅନନ୍ତନାଗର ସରକାରୀ ମେଡିକାଲ କଲେଜ ଡାକ୍ତର ଆଦିଲଙ୍କ ଲକରରୁ ଗୋଟିଏ ଏକେ-୪୭ ରାଇଫଲ୍ ଜବତ କରାଯାଇଥିଲା । ଆଦିଲଙ୍କ ଗିରଫଦାରି ପରେ ଆଉ ଜଣେ ଡାକ୍ତରଙ୍କୁ ମଧ୍ୟ ଅଟକ ରଖାଯାଇଛି ।

Major Terror Attack

Major Terror Attack Photograph: (Kanak News)

କନକ ବ୍ୟୁରୋ : ବଡ଼ ଧରଣ ଆତଙ୍କୀ ଆକ୍ରମଣ ଯୋଜନାକୁ ବିଫଳ କରିବାରେ ସକ୍ଷମ ହୋଇଛି ଜମ୍ମୁ- କାଶ୍ମୀର ପୁଲିସ୍ । ହରିୟାଣା ଫରିଦାବାଦ ଜିଲ୍ଲାର ଏକ ମେଡିକାଲ କଲେଜରୁ ଦୁଇଟି ଏକେ-୪୭ ରାଇଫଲ୍ ଓ ୩୫୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ଜବତ କରାଯାଇଛି । ପୂର୍ବରୁ ଗିରଫ ହୋଇଥିବା ଜଣେ ଡାକ୍ତରଙ୍କ ସୂଚନା ଆଧାରରେ ଜମ୍ମୁ - କାଶ୍ମୀର ପୁଲିସ ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି ।

ଏହା ପୂର୍ବରୁ ଜମ୍ମୁ ଅନନ୍ତନାଗର ସରକାରୀ ମେଡିକାଲ କଲେଜ ଡାକ୍ତର ଆଦିଲଙ୍କ ଲକରରୁ ଗୋଟିଏ ଏକେ-୪୭ ରାଇଫଲ୍ ଜବତ କରାଯାଇଥିଲା । ଆଦିଲଙ୍କ ଗିରଫଦାରି ପରେ ଆଉ ଜଣେ ଡାକ୍ତରଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହି ଦୁଇଜଣଙ୍କ ସହାୟତାରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନ ଦେଶରେ ବଡ଼ ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି । ଏହାକୁ ପଣ୍ଡ କରିଛି ଜମ୍ମୁ- କାଶ୍ମୀର ପୁଲିସ୍ ।

ଏତେ ପରିମାଣର ବିସ୍ଫୋରକ କିପରି ଫରିଦାବାଦର ମେଡିକାଲ କଲେଜକୁ ଆସିଲା ? କେବଳ ଦୁଇଜଣ ସନ୍ଦିଗ୍ଧ ଡାକ୍ତର ନା ଆଉ କାହାର ଏଥିରେ ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ ଜାରି ରହିଛି । ପୁଲୱାମା, ପହଲଗାମ ପରେ ଫରିଦାବାଦରେ କିଛି ଅଘଟଣ ଘଟାଇବାକୁ ଆତଙ୍କୀମାନେ ଷଡ଼ଯନ୍ତ୍ର କରୁଥିଲେ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe