କନକ ବ୍ୟୁରୋ : ବଡ଼ ଧରଣ ଆତଙ୍କୀ ଆକ୍ରମଣ ଯୋଜନାକୁ ବିଫଳ କରିବାରେ ସକ୍ଷମ ହୋଇଛି ଜମ୍ମୁ- କାଶ୍ମୀର ପୁଲିସ୍ । ହରିୟାଣା ଫରିଦାବାଦ ଜିଲ୍ଲାର ଏକ ମେଡିକାଲ କଲେଜରୁ ଦୁଇଟି ଏକେ-୪୭ ରାଇଫଲ୍ ଓ ୩୫୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ଜବତ କରାଯାଇଛି । ପୂର୍ବରୁ ଗିରଫ ହୋଇଥିବା ଜଣେ ଡାକ୍ତରଙ୍କ ସୂଚନା ଆଧାରରେ ଜମ୍ମୁ - କାଶ୍ମୀର ପୁଲିସ ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି ।
ଏହା ପୂର୍ବରୁ ଜମ୍ମୁ ଅନନ୍ତନାଗର ସରକାରୀ ମେଡିକାଲ କଲେଜ ଡାକ୍ତର ଆଦିଲଙ୍କ ଲକରରୁ ଗୋଟିଏ ଏକେ-୪୭ ରାଇଫଲ୍ ଜବତ କରାଯାଇଥିଲା । ଆଦିଲଙ୍କ ଗିରଫଦାରି ପରେ ଆଉ ଜଣେ ଡାକ୍ତରଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହି ଦୁଇଜଣଙ୍କ ସହାୟତାରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନ ଦେଶରେ ବଡ଼ ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି । ଏହାକୁ ପଣ୍ଡ କରିଛି ଜମ୍ମୁ- କାଶ୍ମୀର ପୁଲିସ୍ ।
ଏତେ ପରିମାଣର ବିସ୍ଫୋରକ କିପରି ଫରିଦାବାଦର ମେଡିକାଲ କଲେଜକୁ ଆସିଲା ? କେବଳ ଦୁଇଜଣ ସନ୍ଦିଗ୍ଧ ଡାକ୍ତର ନା ଆଉ କାହାର ଏଥିରେ ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ ଜାରି ରହିଛି । ପୁଲୱାମା, ପହଲଗାମ ପରେ ଫରିଦାବାଦରେ କିଛି ଅଘଟଣ ଘଟାଇବାକୁ ଆତଙ୍କୀମାନେ ଷଡ଼ଯନ୍ତ୍ର କରୁଥିଲେ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/10/major-terror-attack-2025-11-10-16-45-00.jpg)