କନକ ବ୍ୟୁରୋ : ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ପରେ ରାଜନୀତି ସରଗରମ ହୋଇଛି । ଏହି କ୍ରମରେ ଆଜି ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବ୍ଦୁଲ୍ଲା ଘୋଷଣା କରିଛନ୍ତି କି ଦଳ ଚଳିତ ନିର୍ବାଚନ କଂଗ୍ରେସ ସହ ମେଣ୍ଟରେ ଲଢିବ । ୯୦ ଆସନକୁ ନେଇ ନିଷ୍ପତ୍ତି ହୋଇଛି, ଆମେ ମିଳିତ ଭାବେ ନିର୍ବାଚନ ଲଢିବୁ । ହେଲେ ଆସନ ବୁଝାମଣା ହୋଇନାହିଁ ବୋଲି ସେ କହିଛନ୍ତି । 
ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର ଦିନ ଫାରୁକ ଅବ୍ଦୁଲ୍ଲାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଏହାପରେ ଫାରୁକ ଅବ୍ଦୁଲ୍ଲା ମେଣ୍ଟ ନେଇ ଘୋଷଣା କରିଛନ୍ତି । ଆସନ ବୁଝାମଣାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଅବ୍ଦୁଲ୍ଲା କହିଛନ୍ତି କି, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସବୁ ସ୍ପଷ୍ଟ ହେବ । ହେଲେ ଫାରୁକ ଅବ୍ଦୁଲ୍ଲା ନିର୍ବାଚନ ଲଢିବେ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି । କେବଳ କଂଗ୍ରେସ ଓ ଏନସି ନୁହେଁ ଏହି ମେଣ୍ଟରେ ସିପିଆଇ(ଏମ୍) ମଧ୍ୟ ରହିଛି । 

Advertisment