କନକ ବ୍ୟୁରୋ : ଜମ୍ମୁକାଶ୍ମୀର କୁଲଗାମ୍ରେ ଜାରି ରହିଛି ସେନାର ସର୍ଚ୍ଚ ଅପରେସନ୍ । ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ । ଗତକାଲି ରାତିରେ ୨ ଅନ୍ୟ ଯବାନ ହୋଇଥିଲେ ଆହତ । ୯ ଦିନ ଧରି ଜାରି ରହିଛି ସେନାର ଅପରେସନ୍ ।
ଜମ୍ମୁ କାଶ୍ମୀର କୁଲଗାମର ଅଖାଳ ଅଞ୍ଚଳରେ ଆତଙ୍କୀଙ୍କ ସହ ଯବାନଙ୍କ ଗୁଳିବିନିମୟ ଜାରି ରହିଛି । ଗତକାଲି ରାତିରେ ଜୋରଦାର ଗୁଳିବିନିମୟ ଓ ପ୍ରଚଣ୍ତ ଶବ୍ଦ ହୋଇଥିଲା । ଏହି ସମୟରେ ଦୁଇ ଯବାନ ସହିଦ ହୋଇଛନ୍ତି । ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ତିନିରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/09/kulgam-2025-08-09-12-25-28.jpg)