କନକ ବ୍ୟୁରୋ : ଜମ୍ମୁକାଶ୍ମୀର ପାଇଁ କଂଗ୍ରେସର ପ୍ରତିଶ୍ରୁତି । ଦଳ ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ରହିଛି ଲୋଭନୀୟ ପ୍ରତିଶ୍ରୁତି । ଏକ ଲକ୍ଷ ଯୁବକଙ୍କ ପାଇଁ ଚାକିରି, ମହିଳାଙ୍କୁ ପ୍ରତିମାସରେ ୩ହଜାର ଆର୍ଥିକ ସହାୟତା, ବ୍ୟବସାୟ ପାଇଁ ୫ଲକ୍ଷ ରୁଣ ସହାୟତା, ଫୁଡ ସିକ୍ୟୁରିଟି ବିଲ, ପ୍ରତ୍ୟେକ ପରିବାରକୁ ୨୫ଲକ୍ଷ ଜୀବନ ବୀମା । ୩ଟି ପର୍ୟ୍ୟାୟରେ ପଡିବ ଭୋଟ ଓ ଅକ୍ଟୋବର ୮ରେ ହେବ ଭୋଟ ଗଣତି ।
ସେପଟେ ପାଖେଇ ଆସୁଛି ନିର୍ବାଚନ । ୯୦ ଆସନ ବିଶିଷ୍ଟ ଜମ୍ମୁ ଓ କାଶ୍ମୀର ଭୋଟ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ରେ ତିନି ପର୍ଯ୍ୟାୟରେ ହେବ । ନିର୍ବାଚନରେ କଂଗ୍ରେସର ତାରକା ପ୍ରଚାରକ ହେବେ ରାହୁଲ ଗାନ୍ଧୀ ।
ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ପ୍ରଚାର କରିବେ । ୨୦୧୯ରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଲାଗି ଜମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/XjBIKelxn8gFMFmGxW5l.jpg)