କନକ ବ୍ୟୁରୋ : ପହଲଗାମ୍ରେ ଏନ୍ଆଇଏ ଡିଜି । ପହଲଗାମ୍ ପରେ ବୈସରନ ଘାଟି ଯିବେ ଏନ୍ଆଇଏ ଡିଜି ସଦାନନ୍ଦ ଦାତେ । ସେପଟେ ପହଲଗାମ୍ ଆକ୍ରମଣକୁ ନେଇ ଏନ୍ଆଇଏ ଯାଞ୍ଚରୁ ବଡ଼ ଖୁଲାସା ହୋଇଛି । OGWଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ ।
ଏନ୍ଆଇ ଯାଞ୍ଚରୁ ମିଳିଥିବା ତଥ୍ୟ ଅନୁସାରେ ଏପ୍ରିଲ ୧୫ରେ ପହଲଗାମ୍ରେ ପହଞ୍ଚିଥିଲେ ଆତଙ୍କବାଦୀ । ହମଲାର ୨ ଦିନ ପୂର୍ବରୁ ଆତଙ୍କବାଦୀ ବୈସରନ ଘାଟିରେ ପହଞ୍ଚିଥିଲେ । ୩ଟି ସ୍ଥାନରେ ରେକି କରିଥିଲେ ଆତଙ୍କୀବାଦୀ । ବୈସରନ ଘାଟି ଛଡ଼ା ଅନ୍ୟ ୩ଟି ସ୍ଥାନ ବୈତାବ, ଆରୁ ଏବଂ ଏମଜୁରମେଣ୍ଟ ପାର୍କରେ ରେକି କରିଥିଲେ । ଏହା ସହ ୩ଟି ସାଟେଲାଇଟ୍ ଫୋନ୍ ବ୍ୟବହାର କରିଥିବା ଏନଆଇଏ ଯାଞ୍ଚରୁ ସୂଚନା ମିଳିଛି । ସେପଟେ ଆଜି ଏନ୍ଆଇଏ ଶହେଟି ସ୍ଥାନରେ ଚଢ଼ାଉ କରୁଛି ।
ସେପଟେ ବଢ଼ିଲା ପାକିସ୍ତାନୀଙ୍କ ଭାରତ ଛାଡ଼ିବା ସମୟସୀମା । ଗୃହ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶନାମା । ଆଜି ଥିଲା ବର୍ଡର ବନ୍ଦର ଶେଷ ତାରିଖ । ଅଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ । ନୂଆ ନିର୍ଦ୍ଦେଶନାମା ଆସିବା ଅଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/05/01/B1BzOkUZMeIxJFG59VI7.jpg)