କନକ ବ୍ୟୁରୋ : ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ । ସୂଚନା ଦେଲା ଆଇଡିଏଫ୍ ବା ଇସ୍ରାଏଲ ଡିଫେନ୍ସ ଫୋର୍ସ  । ଆଉ ଦୁନିଆକୁ ଡରାଇପାରିବନି ନସରୁଲ୍ଲା । ଗତ ୩ ଦଶନ୍ଧି ଧରି ହିଜବୁଲ୍ଲାର ମୁଖ୍ୟ ପଦରେ ରହିଥିଲା ନସରୁଲ୍ଲା । ୧୯୮୫ରେ ଆମେରିକା ଓ ରୁଷକୁ ଧମକ ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା ହସନ ନସରୁଲ୍ଲା । ସେପଟେ ନସରୁଲ୍ଲାର ମୃତ୍ୟୁ ଖବରରୁ ଅସ୍ୱୀକାର କରିଛି ଇରାନ । ହିଜବୁଲ୍ଲା କହିଛି ଖବରରେ ସତ୍ୟତା ନାହିଁ ।

Advertisment

ସକାଳ ହେଉ କି ସଂଧ୍ୟା ବା ରାତି ଇସ୍ରାଏଲର ଆଟାକରେ ଥରହର ଲେବାନନ । ଭୟରେ ହିଜବୁଲ୍ଲା ଧ୍ୱସଂରେ ପରିଣତ ହେଲାଣି ହିଜବୁଲ୍ଲାର ଗଡ଼ । ସେପଟେ ଇସ୍ରାଏଲ କହୁଛି ହିଜବୁଲ୍ଲାର ସମସ୍ତଙ୍କୁ ମାରି ନିଶ୍ୱାସ ନେବୁ ଆଉ ଆରପଟେ ହିଜବୁଲ୍ଲା କହିଛି ଇସ୍ରାଏଲ ଭୟଙ୍କର ପରିସ୍ଥିତିର ସାମ୍ନା କରିବ ।

ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାର କ୍ୟାମ୍ପରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ । ଆଉ ଦାବି କରାଯାଇଛି ଯେ ହିଜବୁଲ୍ଲା ମୁଖ୍ୟଙ୍କ ମୃତ୍ୟୁ ହୋଇଛି ହେଲେ ମୃତ୍ୟୁ ଖବରକୁ ସ୍ୱୀକାର କରିନି ହିଜବୁଲ୍ଲା । ଏହାରି ଭିତରେ ଲେବାନନର ସମ୍ବାଦିକାଙ୍କୁ ହିଜବୁଲ୍ଲା କମାଣ୍ଡରଙ୍କ ଗୁହାରୀ । ଲେବାନନର କାର୍ୟରତ ଅଲଜଜିରା ସାମ୍ବାଦିକା ଜେଇନା ଖୁର୍ଦ ଏହାକୁ ପ୍ରକାଶ କରିଛନ୍ତି ।

ଜେଇନା କହିଥିଲେ, ‘ସେପଟେ ଇସ୍ରାଏଲର ଆକ୍ରମଣ ନେଇ ଭୟଭୀତ ହୋଇପଡିଛନ୍ତି ହିଜବୁଲ୍ଲା ସଂଗଠନର ସଦସ୍ୟ । ସେମାନେ କହିଛନ୍ତି ଆମେ ବି ମଣିଷ, ଆମେ ବଞ୍ଚିବାକୁ ଚାହୁଁ, ଆମେ ଏହି ସ୍ଥିତିରୁ ବାହାରିବାକୁ ଚାହୁଁଚୁ । ଜୀବନ ବଞ୍ଚେଇବା ପାଇଁ ଦେଶ ଛାଡିବାକୁ ମଧ୍ୟ ଚାହୁଁଛନ୍ତି ହିଜବୁଲ୍ଲା ସଦସ୍ୟ ମାନେ । ସେମାନେ କହିଛନ୍ତି ଯେ ପିଲାଙ୍କ ମୃତଦେହ ସେମାନଙ୍କୁ ବିଚଳିତ କରୁଛି । କେବଳ ପିଲାମନେ ନୁହଁନ୍ତି, ଅନେକ ମହିଳା ଏବଂ ବୟସ୍କ ନାଗରିକମାନେ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି’ ।