କନକ ବ୍ୟୁରୋ : ଗାଜାସିଟିର ଏକ ଜନବହୁଳ ଅଞ୍ଚଳରେ ଥିବା ଗୋଟିଏ ବଡ଼କୋଠାକୁ ଇସ୍ରାଏଲ ସେନା ଧ୍ୱଂସ କରିଦେଇଛନ୍ତି । ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପାଇଁ ଆହୁରି ଆକ୍ରମଣ କରାଯିବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଏବେ ସୁଦ୍ଧା ଗାଜାର ୪୦ ପ୍ରତିଶତ ଅଞ୍ଚଳକୁ ଇସ୍ରାଏଲ ନିୟନ୍ତ୍ରଣକୁ ନେଲାଣି । ଶୁକ୍ରବାର ଗାଜାସିଟିରେ ୭ ଶିଶୁଙ୍କ ସମେତ ସମଗ୍ର ଗାଜାରେ ଇସ୍ରାଏଲ ଆକ୍ରମଣରେ ୪୪ ଜଣ ପ୍ରାଣ ହରାଇଛନ୍ତି । ୨୦୨୩ରେ ଲଢ଼େଇ ଆରମ୍ଭ ପରେ ୬୧ ହଜାର ୨୨୩ ଜଣ ପ୍ରାଣ ହରାଇଲେଣି ଓ ଦେଢ଼ଲକ୍ଷରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଇସ୍ରାଏଲର ଆକ୍ରମଣରେ ପୁଣି ଥରହର ଗାଜା; ସହରର ସବୁଠୁ ବଡ ଅଟାଳିକାରେ ମିସାଇଲ ମାଡ
ଶୁକ୍ରବାର ଗାଜାସିଟିରେ ୭ ଶିଶୁଙ୍କ ସମେତ ସମଗ୍ର ଗାଜାରେ ଇସ୍ରାଏଲ ଆକ୍ରମଣରେ ୪୪ ଜଣ ପ୍ରାଣ ହରାଇଛନ୍ତି । ୨୦୨୩ରେ ଲଢ଼େଇ ଆରମ୍ଭ ପରେ ୬୧ ହଜାର ୨୨୩ ଜଣ ପ୍ରାଣ ହରାଇଲେଣି ଓ ଦେଢ଼ଲକ୍ଷରୁ ଅଧିକ ଲୋକ ଆହତ ହୋଇଛନ୍ତି ।
/kanak/media/media_files/2025/09/05/gaza-city-2025-09-05-22-30-59.jpg)