ଗାଜାରେ ହେବ ପୋଲିଓ ଟିକାକରଣ, ୩ଦିନ ପାଇଁ ଯୁଦ୍ଧ ବିରତି

Advertisment

ଇସ୍ରାଏଲ ବିଦେଶ ମନ୍ତ୍ରାଳୟ କହିଛି, ଡବ୍ଲ୍ୟଏଚ ଓ ୟୁନିସେଫ ସହ ମିଶି ଟିକାକରଣ ଅଭିଯାନରେ ଦେଶ ପୂରା ସହଯୋଗ କରିବ । ସେପଟେ ହମାସ ମଧ୍ୟ ଏହାକୁ ସମର୍ଥନ କରିଛି । ସବୁଠୁ ବଡ଼ କଥା ହେଉଛି ୨୫ବର୍ଷ ପରେ ପ୍ରଥମଥର ପାଇଁ ଗାଜାରେ ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛି ।

WHO

କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ୩ଦିନ ପାଇଁ ଯୁଦ୍ଧ ବିରତି ସମ୍ଭାବନା । ପୋଲିଓ ଟିକାକରଣ ପାଇଁ ଯୁଦ୍ଧ ବିରତି ପ୍ରସ୍ତାବକୁ ନେଇ ସହମତି ପ୍ରକାଶ କରିଛି ଇସ୍ରାଏଲ । ରବିବାରଠୁ ୩ଦିନ ପାଇଁ ପୋଲିଓ ଟିକାକରଣ କରାଯିବ ଓ ୬ଲକ୍ଷ ଶିଶୁଙ୍କୁ ଟିକା ଦେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।ଡବ୍ଲ୍ୟଏଚଓ ଡେପୁଟି ଡିରେକ୍ଟର କହିଛନ୍ତି ପୋଲିଓ ଅଭିଯାନକୁ ନେଇ କୌଣସି ବୁଝାମଣା କରାଯିବନି ।

ସେପଟେ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ କହିଛି, ଡବ୍ଲ୍ୟଏଚ ଓ ୟୁନିସେଫ ସହ ମିଶି ଟିକାକରଣ ଅଭିଯାନରେ ଦେଶ ପୂରା ସହଯୋଗ କରିବ । ସେପଟେ ହମାସ ମଧ୍ୟ ଏହାକୁ ସମର୍ଥନ କରିଛି । ସବୁଠୁ ବଡ଼ କଥା ହେଉଛି ୨୫ବର୍ଷ ପରେ ପ୍ରଥମଥର ପାଇଁ ଗାଜାରେ ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛି ।

ଦୁଇ ଦିନ ତଳେ ଗାଜା ଷ୍ଟ୍ରିପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ହୋଇଥିଲା । ଯେଉଁଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଥିଲା । ବଡ଼ କଥା ହେଉଛି, ସେମାନଙ୍କ ମଧ୍ୟରେ ଅନେକେ ଶିଶୁ ମଧ୍ୟ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe