କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ୩ଦିନ ପାଇଁ ଯୁଦ୍ଧ ବିରତି ସମ୍ଭାବନା । ପୋଲିଓ ଟିକାକରଣ ପାଇଁ ଯୁଦ୍ଧ ବିରତି ପ୍ରସ୍ତାବକୁ ନେଇ ସହମତି ପ୍ରକାଶ କରିଛି ଇସ୍ରାଏଲ । ରବିବାରଠୁ ୩ଦିନ ପାଇଁ ପୋଲିଓ ଟିକାକରଣ କରାଯିବ ଓ ୬ଲକ୍ଷ ଶିଶୁଙ୍କୁ ଟିକା ଦେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।ଡବ୍ଲ୍ୟଏଚଓ ଡେପୁଟି ଡିରେକ୍ଟର କହିଛନ୍ତି ପୋଲିଓ ଅଭିଯାନକୁ ନେଇ କୌଣସି ବୁଝାମଣା କରାଯିବନି ।
ସେପଟେ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ କହିଛି, ଡବ୍ଲ୍ୟଏଚ ଓ ୟୁନିସେଫ ସହ ମିଶି ଟିକାକରଣ ଅଭିଯାନରେ ଦେଶ ପୂରା ସହଯୋଗ କରିବ । ସେପଟେ ହମାସ ମଧ୍ୟ ଏହାକୁ ସମର୍ଥନ କରିଛି । ସବୁଠୁ ବଡ଼ କଥା ହେଉଛି ୨୫ବର୍ଷ ପରେ ପ୍ରଥମଥର ପାଇଁ ଗାଜାରେ ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛି ।
ଦୁଇ ଦିନ ତଳେ ଗାଜା ଷ୍ଟ୍ରିପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ହୋଇଥିଲା । ଯେଉଁଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଥିଲା । ବଡ଼ କଥା ହେଉଛି, ସେମାନଙ୍କ ମଧ୍ୟରେ ଅନେକେ ଶିଶୁ ମଧ୍ୟ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Bq0xvopN2T4RiRiGNhma.jpg)