କନକ ବ୍ୟୁରୋ : ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ବଡ଼ ଅଭିଯୋଗ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବି ରାୱଲପିଣ୍ଡିର ଆଦିଆଲା ଜେଲରେ ଅମାନବୀୟ ବ୍ୟବହାର ଓ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଇମ୍ରାନ ଖାନ କହିଛନ୍ତି, ପରିବାର ଓ ଆଇନଜୀବୀଙ୍କ ସହ ସାକ୍ଷାତ ନିଷେଧ କରାଯାଇଛି । ବୁଶ୍ରା ବିବି ଜେଲ୍ରେ ବିଦ୍ୟୁତ୍ ଆଘାତରେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି ।
ଅପରିଷ୍କାର ପରିବେଶରେ ରହୁଥିବା କହିଛନ୍ତି ବୁଶ୍ରା । ପାକିସ୍ତାନ ତେହରିକ-ଏ-ଇନସାଫ ଏହି ଅଭିଯୋଗକୁ ରାଜନୈତିକ ପ୍ରତିହିଂସା ବୋଲି ଦାବି କରି ଜାତିସଂଘରେ ମାମଲା ଦାୟର କରିବାକୁ ଯୋଜନା କରୁଛି । ଜେଲ୍ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଇମ୍ରାନ୍ ଖାନ୍ଙ୍କ ଅଭିଯୋଗ ଯେ ଇମ୍ରାନ୍ ଖାନ୍ଙ୍କୁ ସପ୍ତାହେ ବ୍ୟାପୀ ଏକାକୀ ରଖାଯାଇଛି, ପରିବାର ଓ ଆଇନଜୀବୀଙ୍କ ସହ ସାକ୍ଷାତ ବନ୍ଦ । ବୁଶ୍ରା ବିବିଙ୍କୁ ଅପରିଷ୍କାର ପାଣି, ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଇଛି । ଜେଲ୍ ସେଲ୍ରେ ବିଦ୍ୟୁତ୍ ଆଘାତର ଶିକାର ହୋଇଛନ୍ତି ବୁଶ୍ରା ବିବି । ବୁଶ୍ରାଙ୍କ ସ୍ୱାସ୍ଥ୍ୟ ଅବନତି ସତ୍ତ୍ୱେ ଉପଯୁକ୍ତ ଚିକିତ୍ସା ମିଳୁନାହିଁ । ପିଟିଆଇ ଦାବି କରୁଛି, ଇମ୍ରାନ୍ଙ୍କୁ ମାନସିକ ଭାବେ ଭାଙ୍ଗିବା ପାଇଁ ରାଜନୈତିକ ଷଡ୍ଯନ୍ତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/21/pakistan-jail-2025-08-21-21-30-05.jpg)