Iran-Israel : ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ଲାନ୍‌ ରେଡି କରୁଛି ଇରାନ୍‌

ଇସ୍ରାଏଲ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର । ଏହାସହ ସେ ଦେଶ ସହ ଯିଏ ବି ଲାଗେ ତାହାର କଡା ଜବାବ ଦିଆଯାଏ । ତେଣୁ ଏବେ ଇରାନ ଉପରେ ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ କଡା ଜବାବ ଦିଆଯିବ ବୋଲି ଇରାନ ସୁରକ୍ଷା ପରିଷଦ କହିଛି

Iran-Israel attack

Iran-Israel attack Photograph: (kanak News)

କନକ ବ୍ୟୁରୋ: ଇସ୍ରାଏଲ-ଇରାନ ମଧ୍ୟରେ ସମ୍ପର୍କ କେମିତି ତାହା ପୂରା ବିଶ୍ବ ଜାଣିଛି । ଏହାରି ଭିତରେ ଇରାନ ଦାବି କରିଛି ଯେ ଇସ୍ରାଏଲର ନ୍ୟୁକ୍ଲିୟର ତଥ୍ୟ ସେ ହାସଲ କରିଦେଇଛି । ଖାଲି ହାସଲ କରିଛି ତାହା ନୁହେଁ ବରଂ ଆଗାମୀ ଦିନରେ ଇସ୍ରାଏଲ ଯଦି ଆକ୍ରମଣ କରେ ତାହେଲେ ପ୍ରତିଉତ୍ତର କଡ଼ା ଭାବରେ ଦିଆଯିବ ବୋଲି କହିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । 

ଇସ୍ରାଏଲ ନ୍ୟୁକ୍ଲିୟର ଠିକଣା ହାସଲ କଲା ଇରାନ୍‌
କହିଲା, ଟାର୍ଗେଟ୍‌ ପ୍ରସ୍ତୁତ
ଏଥର ଆକ୍ରମଣର ଦିଆଯିବ ଜବାବ
ଇରାନର ବଡ଼ ଖୁଲାସା
କହିଲା, ଇସ୍ରାଏଲ ପରମାଣୁ ଠିକଣାର
ସବୁ ତଥ୍ୟ ଆମ ପାଖରେ

ଇସ୍ରାଏଲ ଇରାନ ମଧ୍ୟରେ ତୁତୁ ମେଁ ମେଁ ସବୁବେଳେ ଦେଖାଯାଉଛି । କେହି କାହାକୁ ଛାଡ଼ିବା ପରିସ୍ଥିତିରେ ନାହାନ୍ତି । ଏହାରି ଭିତରେ ଇରାନର ଗୁଇନ୍ଦା କୁଆଡ଼େ ଇସ୍ରାଏଲର ଗୁପ୍ତ ପରମାଣୁ ଠିକଣା ସମ୍ପର୍କରେ ସବୁ ତଥ୍ୟ ହାସଲ କରିଦେଇଛି । ଯାହାର ଫାଇଦା ଇରାନ ପାଇବ । ଏହାସହ ଇରାନ କହିଛି ଯେ ଆଗାମୀ ଦିନରେ ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ ଏହାର କଡା ଜବାବ ବି ଦିଆଯିବ । ଖାଲି ଏତିକି ନୁହେଁ ବରଂ ଇରାନ କହିଛି ଆମେ ଯେଉଁ ତଥ୍ୟ ପାଇଛୁ ତାହା ଆମକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ । ଏମିତିକି ପରମାଣୁ ଠିକଣା ଆମେ ପାଇବା ପରେ ଆଗାମୀ ଦିନରେ କେତେବେଳେ ବି ସେଠାରେ ଆକ୍ରମଣ କରାଯାଇପାରିବ । 

ଇସ୍ରାଏଲର କେଉଁଠିକୁ ଟାର୍ଗେଟ୍‌ କରିବ ଇରାନ୍‌
ଟେବୁଲ ଉପରେ ପ୍ରସ୍ତୁତ ଅଛି ନକ୍ସା

ଇସ୍ରାଏଲ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର । ଏହାସହ ସେ ଦେଶ ସହ ଯିଏ ବି ଲାଗେ ତାହାର କଡା ଜବାବ ଦିଆଯାଏ । ତେଣୁ ଏବେ ଇରାନ ଉପରେ ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ କଡା ଜବାବ ଦିଆଯିବ ବୋଲି ଇରାନ ସୁରକ୍ଷା ପରିଷଦ କହିଛି । ଖାଲି ଏତିକି ନୁହେଁ ବରଂ ଇସ୍ରାଏଲ ଟାର୍ଗେଟ୍‌ର ନକ୍ସା କୁଆଡ଼େ ଇରାନ ସୁରକ୍ଷା ପରିଷଦର ଟେବୁଲ ଉପରେ ରଖାଯାଇଥିବା କୁହାଯାଇଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । 

ଇରାନ : ପରମାଣୁ ଶକ୍ତିସଂପନ୍ନ ହେଉ
କେବେ ବି ଚାହେନି ଇସ୍ରାଏଲ

ବିଶ୍ବର ଅନେକ ରାଷ୍ଟ୍ର ଏବେ ପରମାଣୁ ଶକ୍ତିସଂପନ୍ନ ହେଲେଣି । ଏହାରି ଭିତରେ ଇରାନ ପରମାଣୁ ଶକ୍ତିସଂପନ୍ନ ହେବାକୁ ଚେଷ୍ଟା କରୁଛି । ହେଲେ ଇସ୍ରାଏଲ କେବେ ବି ଚାହୁନି ଇରାନ ପରମାଣୁ ଶକ୍ତିସଂପନ୍ନ ହେଉ । ଏମିତିକି ଇରାନ ପରମାଣୁ ଶକ୍ତିସଂପନ୍ନ ନହେବା ପଛରେ ଇସ୍ରାଏଲ ବୋଲି କୁହାଯାଉଛି । କାରଣ ଇସ୍ରାଏଲ ଲଗାତାର ଭାବରେ ଇରାନର ସାମରିକ ଅସ୍ତ୍ରଶସ୍ତ୍ରଗାରକୁ ଟାର୍ଗେଟ୍‌ କରୁଛି । ଏମିତି ସ୍ଥିତିରେ ଇରାନ ଇସ୍ରାଏଲ ଉପରେ ରାଗିପାଚି ଲାଲ୍‌ ହେଉଛି । ଦାବି ଅନୁସାରେ , ଇସ୍ରାଏଲର ପରମାଣୁ ଗୁପ୍ତ ଠିକଣାର ତଥ୍ୟ ପାଇଛି ଇରାନ । ତେବେ ସମୟ କହିବ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଛି ନା ଅବନତି ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe