ଭାରତରେ ନିର୍ମାଣ ହେବ ଏସ୍‌ୟୁ -୫୭ : ଋଷ କରିବ ଭାରତରେ ନିବେଶ

Advertisment

ଭାରତକୁ ଦୁଇରୁ ତିନି ସ୍କ୍ୱାଡ୍ରନ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ଆବଶ୍ୟକତା ରହିଛି ଏବଂ ଏସୟୁ-୫୭ ସହିତ ଆମେରିକାର ଏଫ୍-୩୫ ମଧ୍ୟ ଏହି ପ୍ରକଳ୍ପରେ ପ୍ରତିଯୋଗୀ ।

ଭାରତକୁ ଦୁଇରୁ ତିନି ସ୍କ୍ୱାଡ୍ରନ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ଆବଶ୍ୟକତା ରହିଛି ଏବଂ ଏସୟୁ-୫୭ ସହିତ ଆମେରିକାର ଏଫ୍-୩୫ ମଧ୍ୟ ଏହି ପ୍ରକଳ୍ପରେ ପ୍ରତିଯୋଗୀ ।

modi-putin-russia

କନକ ବ୍ୟୁରୋ : ଋଷ ଭାରତରେ ତା’ର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଏସୟୁ-୫୭ ଯୁଦ୍ଧବିମାନ ଉତ୍ପାଦନ ପାଇଁ ନିବେଶ କରିବ । ରିପୋର୍ଟ ଅନୁସାରେ, ଭାରତ ଓ ଋଷିଆ ମଧ୍ୟରେ ବଢୁଥିବା ରଣନୈତିକ ସହଯୋଗ ମଧ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି । ଭାରତକୁ ଦୁଇରୁ ତିନି ସ୍କ୍ୱାଡ୍ରନ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ଆବଶ୍ୟକତା ରହିଛି ଏବଂ ଏସୟୁ-୫୭ ସହିତ ଆମେରିକାର ଏଫ୍-୩୫ ମଧ୍ୟ ଏହି ପ୍ରକଳ୍ପରେ ପ୍ରତିଯୋଗୀ । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍  ନାସିକ ସ୍ଥିତ ତା’ର କାରଖାନାରେ ପୂର୍ବରୁ ଏସ୍‌ୟୁ-୩୦ ଏମକେଆଇ ନିର୍ମାଣ କରୁଛି । 

ଭାରତରେ ନିର୍ମାଣ ହେବ ଏସ୍‌ୟୁ -୫୭ 
ଏସ୍‌ୟୁ -୫୭ ମାକ୍ ୨ ପର୍ଯ୍ୟନ୍ତ ଗତି ଓ ସୁପରକ୍ରୁଜ୍ କ୍ଷମତା
ଏସ୍‌ୟୁ-୫୭ରେ ଆକ୍ଟିଭ୍ ଇଲେକ୍ଟ୍ରୋନିକ୍ସ ସ୍କାନ୍ ରାଡାର ସହିତ ଏକାଧିକ ଲକ୍ଷ୍ୟ ଟ୍ରାକିଂ କ୍ଷମତା
ଏୟାର-ଟୁ-ଏୟାର, ଏୟାର-ଟୁ-ଗ୍ରାଉଣ୍ଡ ଓ ସାମୁଦ୍ରିକ ଆକ୍ରମଣ କ୍ଷମତା
୧୦ ଟନ୍‌ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ବହନ କରିବାର କ୍ଷମତା 
ରୁଷ ସରକାରୀ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ସଂସ୍ଥାର ମୁଖପାତ୍ର କହିଛନ୍ତି, ଚଳିତ ବର୍ଷ ଭାରତରେ ଉତ୍ପାଦନ ଆରମ୍ଭ ହେବ
ଅଧିକାରୀ କହିଛନ୍ତି, ଯଦି ଭାରତ ଅନୁମତି ଦିଏ, ତେବେ ଋଷ ଭାରତରେ ଏସ୍‌ୟୁ-୫୭ ଲଢ଼ୁଆ ବିମାନ ନିର୍ମାଣ କରିବ
ଆମେରିକା ମଧ୍ୟ ଭାରତ ସହିତ ଏଫ୍-୩୫ ଚୁକ୍ତିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରୁଛି
ଭାରତ ଏସ୍-୫୦୦ ଏବଂ ଏସ୍-୪୦୦ ଭଳି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଋଷଠାରୁ ଆଣିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe