ବିହାର ନିର୍ବାଚନ ପୂର୍ବରୁ ବଢ଼ିଲା ଆତଙ୍କବାଦୀ ଆକ୍ରମଣ ଭୟ; ଜୈଶ-ଏ-ମହମ୍ମଦର ୩ ଆତଙ୍କୀଙ୍କ ଅନୁପ୍ରବେଶ ନେଇ ଗୁଇନ୍ଦା ବିଭାଗର ସୂଚନା

Advertisment

ଆସିଥିବା ଆତଙ୍କବାବାଦୀମାନେ ରାୱଲପିଣ୍ଡିର ହସନାନ ଅଲ୍ଲୀ, ଉମେରକୋଟର ଆଦିଲ ହୁସେନ ଏବଂ ବାହାୱଲପୁରର ମହମ୍ମଦ ଉସମାନ । ଏନେଇ ବିହାର ପୁଲିସ ପକ୍ଷରୁ ସୂଚନା ଦେବା ସହ ସେମାନଙ୍କ ଫଟୋ ଜାରି କରାଯାଇଛି ।

ଆସିଥିବା ଆତଙ୍କବାବାଦୀମାନେ ରାୱଲପିଣ୍ଡିର ହସନାନ ଅଲ୍ଲୀ, ଉମେରକୋଟର ଆଦିଲ ହୁସେନ ଏବଂ ବାହାୱଲପୁରର ମହମ୍ମଦ ଉସମାନ । ଏନେଇ ବିହାର ପୁଲିସ ପକ୍ଷରୁ ସୂଚନା ଦେବା ସହ ସେମାନଙ୍କ ଫଟୋ ଜାରି କରାଯାଇଛି ।

3 Jaish terrorists

Photograph: (Kanak News)

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିହାରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଆତଙ୍କବାଦୀ ସଙ୍ଗଠନ ଜୈସ୍-ଇ ମହମ୍ମଦର ତିନି ଆତଙ୍କୀ ନେପାଳ ନେଇ ଭାରତ ପ୍ରବେଶ କରିଥିବା ସୂଚନା । ଗୁଇନ୍ଦା ବିଭାଗର ସୂଚନା ପରେ ସତର୍କତା ଜାରି କରିଛି ବିହାର ପୁଲିସ । ବିହାର ପୁଲିସ ମୁଖ୍ୟାଳୟ ପକ୍ଷରୁ ସାରା ରାଜ୍ୟରେ ହାଇଆର୍ଲଟ ଜାରି କରାଯାଇଛି । ତିନି ଆତଙ୍କବାଦୀ ପାକିସ୍ତାନରୁ ନେପାଳ ବୋର୍ଡର ଦେଇ ଭାରତରେ ପ୍ରବେଶ କରିଛନ୍ତି ।

ଆସିଥିବା ଆତଙ୍କବାବାଦୀମାନେ ରାୱଲପିଣ୍ଡିର ହସନାନ ଅଲ୍ଲୀ, ଉମେରକୋଟର ଆଦିଲ ହୁସେନ ଏବଂ ବାହାୱଲପୁରର ମହମ୍ମଦ ଉସମାନ । ଏନେଇ ବିହାର ପୁଲିସ ପକ୍ଷରୁ ସୂଚନା ଦେବା ସହ ସେମାନଙ୍କ ଫଟୋ ଜାରି କରାଯାଇଛି । ଗୁଇନ୍ଦା ବିଭାଗର ସୂଚନା ମୁତାବକ, ଆତଙ୍କୀମାନେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ନେପାଳ କାଠମାଣ୍ଡୁରେ ପହଞ୍ଚିଥିବା ବେଳ ଗତ ସପ୍ତାହରେ ସେମାନେ ବିହାରରେ ପ୍ରବେଶ କରିଛନ୍ତି ।

ତେବେ କୌଣସି ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆତଙ୍କୀଙ୍କ ସୂଚନା ମିଳିବା ପରେ ବିହାର ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe